ଟିକା ନେବା ପାଇଁ ଡାକ୍ତରଖାନାରୁ ଗଲା ଫୋନ୍

ଧର୍ମଶାଳା : ଦ୍ବିତୀୟ ଡୋଜ୍ କୋଭିଡ୍ ଟିକା ନେବା ପାଇଁ ଡାକ୍ତରଖାନାରୁ ଗଲା ଫୋନ୍। ଭିଡ଼ ରୋକିବା ପାଇଁ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଫଳରେ ଶାନ୍ତି ଶୃଙ୍ଖଳା ସହ ଆଜି ୧୨୦ଜଣ ବ୍ୟକ୍ତିଙ୍କୁ ଟିକାକରଣ କରାଯାଇଛି।

ଆବଶ୍ୟକତା ଅନୁସାରେ କୋଭିଡ୍ ଟିକା ମିଳୁନାହିଁ। ପୂର୍ବରୁ ଏ ସଂପର୍କରେ ଲୋକମାନଙ୍କୁ କୌଣସି ସୂଚନା ଦିଆଯାଉ ନଥିଲା। ରାତି ପାହିବା ପୂର୍ବରୁ ଡାକ୍ତରଖାନା ଆଗରେ ଲୋକଙ୍କ ଲମ୍ବା ଧାଡି ଲାଗୁଥିଲା। କୋତପୁର ଡାକ୍ତରଖାନାରେ ଟିକା ନପାଇ ଗତ ୧୧ତାରିଖରେ କେତେକ ଲୋକ ଢେଲାମାଡ଼ କରିଥିଲେ। ବିଶେଷକରି ଟିକା ନେବାର ୪୨ଦିନ ଅତିକ୍ରମ କରିଥିବାବେଳେ ଦ୍ବିତୀୟ ଡୋଜ୍‌ ପାଇଁ ବେଶି ଗହଳି କରୁଥିଲେ। ଅଯଥା ଗହଳି ଏଡାଇବା ପାଇଁ ଯେଉଁମାନଙ୍କୁ ପୂର୍ବ ସୂଚନା ଦିଆଯିବ, ସେମାନେ କେନ୍ଦ୍ରକୁ ଆସି ଟିକା ନେବେ। ସେମାନଙ୍କ ଦ୍ବିତୀୟ ଡୋଜ୍ ଅବଧିକୁ ଲକ୍ଷ୍ୟ ରଖି ଏଥର ସେମାନଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରରୁ ଫୋନ୍ କଲ ସହ ଅଙ୍ଗନବାଡ଼ି ଓ ଆଶାକର୍ମୀଙ୍କ ମାଧ୍ୟମରେ ଟିକା ନେବା ପାଇଁ ପୂର୍ବ ସୂଚନା ଦିଆଯିବ। ତଥ୍ୟ ଅନୁଯାୟୀ ଦ୍ବିତୀୟ ଡୋଜ୍ ଶେଷ ହେବା ପରେ ପୁଣି ପ୍ରଥମ ଡୋଜ୍ ଦିଆଯିବ।

ସମ୍ବନ୍ଧିତ ଖବର