କର୍ଣ୍ଣାଟକରେ କଂଗ୍ରେସର ବିଜୟ ଦଳର ପୁରୁଣା ଗୌରବକୁ ଫେରାଇ ଆଣିଛି। ଆସନ୍ତା ୨୦୨୪ ନିର୍ବାଚନରେ ଏହାର ପ୍ରଭାବ ଦେଖିବାକୁ ମିଳିବ। ତେବେ ଏହାର ଶ୍ରେୟ ନିହାତି ଭାବେ ରାହୁଲଙ୍କୁ ଦେବାକୁ ପଡ଼ିବ। ତାଙ୍କର ଭାରତ ଯୋଡ଼ୋ ଅଭିଯାନ ଦେଶବାସୀଙ୍କୁ ପ୍ରଭାବିତ କରିଛି। ସେ ହିଁ ଦେଶର ପ୍ରକୃତ ସମସ୍ୟାଗୁଡ଼ିକୁ ଲୋକଲୋଚନକୁ ଆଣୁଛନ୍ତି। ସାହସର ସହ ନିରାଟ ସତ କଥା କହି ମୋଦୀ ସରକାରଙ୍କୁ ଅକଳରେ ପକାଉଛନ୍ତି। ସେଥିପାଇଁ ବିଜେପି ତାଙ୍କ ପଛରେ ଲାଗିଛି। ପ୍ରତି କଥାରେ ତାଙ୍କୁ ନିନ୍ଦା କରିବା ସହ ଜେଲ୍‌ ପଠାଇବା ଭଳି ଷଡ଼ଯନ୍ତ୍ର ରଚିଛି। ଏକଥାକୁ ବି ଲୋକ ଭଲ ଭାବେ ବୁଝୁଛନ୍ତି। ତେଣୁ ବିଜେପି ଭଳି ଅନ୍ୟ ଆଞ୍ଚଳିକ ଦଳର ଯେଉଁ ନେତାମାନେ ତାଙ୍କୁ ଥଟ୍ଟା ପରିହାସ କରୁଥିଲେ ବା ଗୁରୁତ୍ବ ଦେଉନଥିଲେ, କର୍ଣ୍ଣାଟକର ବିଜୟ ପରେ ସେମାନେ ରାହୁଲଙ୍କ ପ୍ରତି ନିଜ ଆଚରଣ ଓ ଉଚ୍ଚାରଣରେ ପରିବର୍ତ୍ତନ ଆଣିବା ଆବଶ୍ୟକ। ‘ସମ୍ବାଦ’ ଫୋନ୍‌-ଇନ୍‌-ପ୍ଲିଜ୍‌ର ଚଳିତ ଥରର ପ୍ରସଙ୍ଗ ‘କର୍ଣ୍ଣାଟକ ଫଳ ପରେ ରାହୁଲଙ୍କୁ ମୋଦୀଙ୍କ ପ୍ରମୁଖ ବିକଳ୍ପ ଭାବେ ନୀତୀଶ-ମମତା-କେଜ୍ରିୱାଲ ଓଗେର୍‌ ସ୍ୱୀକାର କରିବେ’ରେ ଭାଗ ନେଇଥିବା ସମ୍ବଲପୁର ଅଞ୍ଚଳର ଅଧିକାଂଶ ପାଠକ ଏପରି ମତ ଦେଇଛନ୍ତି।

Advertisment

କର୍ଣ୍ଣାଟକ ଫଳ ପରେ ରାହୁଲଙ୍କୁ ମୋଦୀଙ୍କ ପ୍ରମୁଖ ବିକଳ୍ପ ଭାବିବେ ନାହିଁ। କାରଣ ଆହୁରି ଅନେକ ରାଜ୍ୟର ନିର୍ବାଚନ ହେବାକୁ ଯାଉଛି। ସେଥିରେ ଯଦି ରାହୁଲ ସଫଳ ହେବେ ତେବେ ସ୍ବୀକାର କରି ପାରନ୍ତି।
-ଚାପ ବଗର୍ତ୍ତି, ଅର୍ଡ଼ା, ବଲାଙ୍ଗୀର

ବର୍ତ୍ତମାନ କର୍ଣ୍ଣାଟକର ବିଜେପି ହାରିଲେ କୌଣସି କ୍ଷତି ହେବ ନାହିଁ। ଲୋକସଭା ଓ ବିଧାନସଭା ନିର୍ବାଚନରେ ବହୁତ ଅନ୍ତର ଅଛି।
-ଜୟଭଗବାନ ଜୈନ, କେସିଙ୍ଗା, କଳାହାଣ୍ଡି

କଂଗ୍ରେସ ଏକ ଜାତୀୟ ଦଳ। ଭବିଷ୍ୟତରେ ଯଦି ପ୍ରତିଶ୍ରୁତି ପାଳନ କରି ଦରଦାମ ବୃଦ୍ଧି, ବେକାର ସମସ୍ୟା ରୋକିପାରିବ କଂଗ୍ରେସ ଦଳ ନିଶ୍ଚିତ ରାହୁଲଙ୍କୁ ବିରୋଧୀ ମାନିବେ।
-ରାଜୀବ ନାଥ, କୁରୁସୁଡ଼, ବଲାଙ୍ଗୀର

ମମତା-ନୀତୀଶ-କେଜ୍ରିୱାଲ ସ୍ବୀକାର କଲେ ମଧ୍ୟ ରାହୁଲ ମୋଦୀଙ୍କ ବିକଳ୍ପ ହୋଇ ପାରିବେ ନାହିଁ।
ନିଉନ ଚନ୍ଦ୍ର ପୂଜାରୀ, ରୁଗୁଡ଼ିପଡ଼ା, ବଲାଙ୍ଗୀର

କର୍ଣ୍ଣାଟକ ଫଳ ପରେ ରାହୁଲଙ୍କୁ ମୋଦୀଙ୍କ ପ୍ରମୁଖ ବିକଳ୍ପ ଭାବେ ଧରାଯିବ। ତାଙ୍କ ପଦଯାତ୍ରା ପାଇଁ ସଫଳ ହୋଇଛି। କିଛି ରାଜ୍ୟରେ  କଂଗ୍ରେସ ବିଜୟୀ ହେବ।
-ରୋହିତ ସା, ସଇନ୍ତଳା, ବଲାଙ୍ଗୀର

କର୍ଣ୍ଣାଟକ ଫଳ ପରେ ରାହୁଲଙ୍କୁ ମୋଦୀଙ୍କ ପ୍ରମୁଖ ବିକଳ୍ପ ଭାବେ ନୀତୀଶ-ମମତା-କେଜ୍ରିୱାଲ ସ୍ବୀକାର କରିବେ। କାରଣ ନିର୍ବାଚନ ହାରିବା ଜିତିବା ବ୍ୟକ୍ତି ଉପରେ ନିର୍ଭର କରେ।
-କାନ୍ତିଲାଲ ମୁଗ୍ରୀ, ବଲାଙ୍ଗୀର

କର୍ଣ୍ଣାଟକ ଫଳ ପରେ ରାହୁଲଙ୍କୁ ମୋଦୀଙ୍କ ପ୍ରମୁଖ ବିକଳ୍ପ ଭାବେ ନୀତୀଶ-ମମତା-କେଜ୍ରିୱାଲ ଓଗେର ସ୍ବୀକାର କରିବେ।
-ବାବୁଲା ଖେଡ଼ିଆ, ବଲାଙ୍ଗୀର

କର୍ଣ୍ଣାଟକ ଫଳ ପରେ ରାହୁଲଙ୍କୁ ପ୍ରଶଂସା କରିବା କଥା। ମୋଦୀଙ୍କୁ କିଛି ପ୍ରଭାବ ପଡ଼ିବ ନାହିଁ।
-ହୁଲେଶ୍ବର ହଂସ, କପିଲାଭଟ୍ଟା, ବଲାଙ୍ଗୀର

ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡ଼ ଯାତ୍ରାର ବ୍ୟାପକ ପ୍ରଭାବ ପଡ଼ିଥିବା ମନେହେଉଛି। କର୍ଣ୍ଣାଟକରେ କଂଗ୍ରେସକୁ ଆଶାତୀତ ସଫଳତା ମିଳିବା ପରେ ରାହୁଲଙ୍କୁ ମୋଦୀଙ୍କ ବିକଳ୍ପ ଭାବେ ସ୍ବୀକାର କରିବା ପାଇଁ ନୀତୀଶ-ମମତା-କେଜ୍ରୀୱାଲ ତଥା ଅନ୍ୟମାନେ ବାଧ୍ୟ ହେବେ। ଯେହେତୁ ବର୍ତ୍ତମାନର ରାଜନୀତି ପଦ ଓ କ୍ଷମତାର ରାଜନୀତି ତେଣୁ ରାହୁଲଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଗ୍ରହଣ କରି ପାରିବେ କି ନାହିଁ ତାହା ସମୟ କହିବ।
-ଦେବରାଜ ପାଣିଗ୍ରାହୀ, ପାଟଣାଗଡ଼, ବଲାଙ୍ଗୀର

କର୍ଣ୍ଣାଟକ ବିଜୟ ପ୍ରକୃତ ଜନାଦେଶ ଅଟେ। ମୋଦୀଙ୍କ ପ୍ରମୁଖ ବିକଳ୍ପରେ ଭାବେ ନୀତୀଶ- ମମତା-କେଜ୍ରିୱାଲ ନିଶ୍ଚତି ଭାବେ ଗ୍ରହଣ କରିବେ।
-ଗୋକୁଳ ସୁନା, ଲୁଛିପୁର, ସୁବର୍ଣ୍ଣପୁର

କର୍ଣ୍ଣାଟକ ଫଳ ପରେ ନୀତୀଶ-ମମତା-କେଜ୍ରିୱାଲ ଓଗେର୍‌ ସ୍ବୀକାର କରିବା କଥା।
-ସୁଦାମ ସାହୁ, କାନ୍ଦାଗାଡ଼, ସୁବର୍ଣ୍ଣପୁର:

କର୍ଣ୍ଣାଟକ ଫଳ ପରେ ରାହୁଲଙ୍କୁ ମୋଦୀଙ୍କ ବିକଳ୍ପ ଭାବେ ନୀତୀଶ-ମମତା-କେଜ୍ରିୱାଲ ଓଗେର ସ୍ବୀକାର କରିବେ ନାହିଁ। କାରଣ ପୂର୍ବରୁ ବିଜେପି ସରକାର ଥିଲା। କର୍ଣ୍ଣାଟକ ଭୋଟରଙ୍କୁ ଧନ୍ୟବାଦ କାରଣ ପ୍ରତ୍ୟେକ ନିର୍ବାଚନରେ ନୂତନ ସରକାର କରୁଛନ୍ତି।
-ବୈଷ୍ଣବ ବୀର, ଭବାନୀପାଟଣା

ଜଣେ ନେତା ବିଜୟ ହେଲା ପରେ ଅନ୍ୟ ନେତାମାନେ ସ୍ବୀକାର କରିବାକୁ ବାଧ୍ୟ ହେବେ। ରାହୁଲଙ୍କୁ ମୋଦୀଙ୍କ ପ୍ରମୁଖ ବିକଳ୍ପ ଭାବେ ନୀତୀଶ-ମମତା-କେଜ୍ରିୱାଲ ସଗେର ସ୍ବୀକାର କଲେ ଏହା ବହୁତ ଆନନ୍ଦର କଥା।
-ମହାଙ୍କୁଡ଼ ଆଚାର୍ଯ୍ୟ, ଭବାନୀପାଟଣା

କର୍ଣ୍ଣାଟକ ନିର୍ବାଚନରେ କଂଗ୍ରେସର ବିଜୟ ସାଧାରଣ ନିର୍ବାଚନରେ କୌଣସି ପ୍ରଭାବ ପଡ଼ିବ ନାହିଁ।
ମନୋରଞ୍ଜନ ମେହେର, ବନ୍ଧପାଲି, ବରଗଡ଼

କର୍ଣ୍ଣାଟକ ଫଳ ପରେ ରାହୁଲଙ୍କୁ ମୋଦୀଙ୍କ ପ୍ରମୁଖ ବିକଳ୍ପ ଭାବେ ନୀତୀଶ-ମମତା-କେଜ୍ରିୱାଲ ଓଗେର୍‌ ସ୍ବୀକାର କରିବେ ନାହିଁ।
-ବାବୁଲୁ ଦାଶ, କୁଚିଣ୍ଡା, ସମ୍ବଲପୁର

କର୍ଣ୍ଣାଟକ ଫଳ ପରେ ରାହୁଲଙ୍କୁ ମୋଦୀଙ୍କ ପ୍ରମୁଖ ବିକଳ୍ପ ଭାବେ ନୀତୀଶ-ମମତା-କେଜ୍ରିୱାଲ ଓଗେର ସ୍ବୀକାର କରିବେ ନ କରିବେ ଏହା ମୁଖ୍ୟ ପ୍ରସଙ୍ଗ ନୁହେଁ। ଗଣତନ୍ତ୍ରର ପ୍ରମୁଖ ହତ୍ୟାକାରୀ ବିଜେପି ପ୍ରତି ଶକ୍ତ ପ୍ରହାର।
-ପ୍ରମୋଦ ହୋତା, ଗୋବିନ୍ଦପାଲି, ବରଗଡ଼

କର୍ଣ୍ଣାଟକ ଫଳ ପରେ ରାହୁଲଙ୍କୁ ମୋଦୀଙ୍କ ପ୍ରମୁଖ ବିକଳ୍ପ ଭାବେ ନୀତୀଶ-ମମତା-କେଜ୍ରିୱାଲ ଓଗେର୍‌ ସ୍ବୀକାର କରିବେ।
-ନିମାଇଁ ଚରଣ ବେହେରା, ସରବାହାଲ, ଝାରସୁଗୁଡ଼ା

ରାହୁଲଙ୍କୁ ଜନତା କେବେ ବି ବିକଳ୍ପ ଭାବେ ଦେଖି ନାହାଁନ୍ତି, ବରଂ ଏ ବିଜୟ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ଚତୁରତାର ପରିଣାମ।
-ହରିହର ରାଜହଂସ, ଲଇକେରା, ଝାରସୁଗୁଡ଼ା