ବାହାନଗା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଶହ ଶହ ଯାତ୍ରୀଙ୍କ ମୃତଦେହ ସ୍ଥାନୀୟ ଏକ ସ୍କୁଲରେ ରଖାଯାଇଥିଲା। ପରବର୍ତ୍ତୀ ସମୟରେ ସେହି ସ୍କୁଲରେ ଭୂତ-ପ୍ରେତ ବାସ କରିବା ଭଳି ଅନ୍ଧବିଶ୍ବାସକୁ ନେଇ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ହୋଇଥିଲା। ସରକାର ଲୋକଙ୍କୁ ସଚେତନ କରିବା ପରିବର୍ତ୍ତେ ସେହି ସ୍କୁଲ ଘର ଭାଙ୍ଗି ସେଠାରେ ନୂତନ କୋଠା ନିର୍ମାଣ କରୁଛନ୍ତି। ଯାହାକୁ ନେଇ ସାମାଜିକ ଗଣମାଧ୍ୟମଠୁ ଆରମ୍ଭ କରି ବୁଦ୍ଧିଜୀବୀ ମହଲରେ ଦୃଢ଼ ବିରୋଧ କରାଯାଇଛି। ଏହା କରିବା ଦ୍ବାରା ସରକାର ଅନ୍ଧବିଶ୍ବାସକୁ ପ୍ରୋତ୍ସାହନ ଦେଉଥିବା କହି ଲୋକମାନେ ସରକାରଙ୍କୁ ସମାଲୋଚନା କରିଛନ୍ତି। ଚଳିତଥର ‘ସମ୍ବାଦ’ ଫୋନ୍-ଇନ୍-ପ୍ଲିଜ୍ ପ୍ରସଙ୍ଗ ‘ବାହାନଗା ହାଇସ୍କୁଲ ଭାଙ୍ଗିବା ଅନ୍ଧବିଶ୍ବାସ ଛଡ଼ା ଅନ୍ୟ କିଛି ନୁହେଁ’ରେ ସମ୍ବଲପୁର ଜିଲ୍ଲାର ପାଠକ ଏଭଳି ମତ ଦେଇଛନ୍ତି।
ବାହାନଗା ହାଇସ୍କୁଲ ଭାଙ୍ଗିବା ସଂପୂର୍ଣ୍ଣ ଅନ୍ଧବିଶ୍ବାସ। ପ୍ରତିଦିନ କୋଟି କୋଟି ଲୋକ ମରୁଛନ୍ତି। ପ୍ରତି ଘରେ ଲୋକ ମରୁଛନ୍ତି। କିନ୍ତୁ କେତେ ଘର ଭଙ୍ଗା ଯାଉଛି? ଏଠାରେ ସଚେତନତା ଆବଶ୍ୟକ।
ବିରଞ୍ଚି ନାରାୟଣ ପାଣିଗ୍ରାହୀ, ବଲାଙ୍ଗୀର
ବାହାନଗା ହାଇସ୍କୁଲ ଭାଙ୍ଗିବା ଅନ୍ଧବିଶ୍ବାସ ଛଡ଼ା କିଛି ନୁହେଁ। ଏଠି ଆମେ କାହାକୁ ଦୋଷ ଦେଇ ପାରିବା ନାହିଁ।
ଉଗ୍ରସେନ ପଟେଲ, ବଲାଙ୍ଗୀର
ବାହାନଗା ହାଇସ୍କୁଲ ଭାଙ୍ଗିବା ଅନ୍ଧବିଶ୍ବାସ ନୁହେଁ। ହାଇସ୍କୁଲରେ ଛୋଟ ଛୋଟ ଛୁଆମାନେ ପଢ଼ୁଛନ୍ତି। ଏତେ ସବୁ ଦେଖିଲା ପରେ ଲୋକଙ୍କଠାରୁ ଶୁଣି ଛାତ୍ରଛାତ୍ରୀଙ୍କ ଉପରେ ପ୍ରଭାବ ପଡ଼ିପାରେ।
ଜସ୍ମୀନ ଜାଲ, କଅଁଗା, ବଲାଙ୍ଗୀର
ବାହାନଗା ହାଇସ୍କୁଲ ଭାଙ୍ଗିବା ଅନ୍ଧବିଶ୍ବାସ ନୁହେଁ।
ଚାପ ବଗର୍ତ୍ତି, ବଲାଙ୍ଗୀର
ବାହାନଗା ହାଇସ୍କୁଲରେ କୁଢ଼ କୁଢ଼ ଶବ ରଖାଯିବା ଦ୍ବାରା ସେହି ସ୍ଥାନ ପ୍ରତି କୋମଳମତି ଛାତ୍ରଛାତ୍ରୀ ତଥା ଅଭିଭାବକମାନଙ୍କ ମନରେ ଭୟ, ଆଶଙ୍କା ଓ ଘୃଣା ଭାବନା ସୃଷ୍ଟି ହୋଇଛି। ଅନ୍ଧବିଶ୍ୱାସ ନୁହେଁ। ଛାତ୍ରଛାତ୍ରୀମାନଙ୍କ ପାଠପଢ଼ା, ମୂଲ୍ୟବାନ ଭବିଷ୍ୟତ ଓ ହିତସାଧନ ଦୃଷ୍ଟିରୁ ବାହାନଗା ହାଇସ୍କୁଲ ଭାଙ୍ଗିବା ଯୁକ୍ତିଯୁକ୍ତ ଅଟେ।
ଦେବରାଜ ପାଣିଗ୍ରାହୀ, ବଲାଙ୍ଗୀର
ବାହାନଗା ହାଇସ୍କୁଲ ଭାଙ୍ଗିବା ସଂପୂର୍ଣ୍ଣ ଅନ୍ଧବିଶ୍ବାସ ଛଡ଼ା କିଛି ନୁହେଁ। ଏହା ଦ୍ବାରା କୁସଂସ୍କାର ବୃଦ୍ଧି ପାଇବ।
ସଞ୍ଜୟ ଅଗସ୍ତି, ବଲାଙ୍ଗୀର
ବାହାନଗା ହାଇସ୍କୁଲ ଭାଙ୍ଗିବା ସଂପୂର୍ଣ୍ଣ ଅନ୍ଧବିଶ୍ବାସ। ସ୍କୁଲ ନଭାଙ୍ଗି ହୋମ ଯଜ୍ଞ କରି ଶାନ୍ତି କରିବା କଥା।
ନ୍ୟୂନଚନ୍ଦ୍ର ପୂଜାରୀ, ବଲାଙ୍ଗୀର
ବାହାନଗା ହାଇସ୍କୁଲ ଭାଙ୍ଗିବା ସଂପୂର୍ଣ୍ଣ ଅନ୍ଧବିଶ୍ବାସ ଛଡ଼ା କିଛି ନୁହେଁ।
ଭିକାରି ଆଚାର୍ଯ୍ୟ, ଭବାନୀପାଟଣା
ବାହାନଗା ହାଇସ୍କୁଲ ଭାଙ୍ଗିବା ସଂପୂର୍ଣ୍ଣ ଅନ୍ଧବିଶ୍ବାସ ଛଡ଼ା କିଛି ନୁହେଁ। ସ୍ଥାନୀୟ ଲୋକଙ୍କ ମତାମତରେ କରାଯାଇଛି। ଯେଉଁ ଲାଇନରେ ଟ୍ରେନ୍ ଦୁର୍ଘଟଣା ହୋଇଛି ସେହି ଲାଇନରେ କଣ ଟ୍ରେନ୍ ଚାଲିବ ନାହିଁ?
ମହାଙ୍କୁଡ଼ ଆଚାର୍ଯ୍ୟ, ଭବାନୀପାଟଣା
ବାହାନଗା ହାଇସ୍କୁଲ ଭାଙ୍ଗିବା ଅନ୍ଧବିଶ୍ବାସ ଛଡ଼ା କିଛି ନୁହେଁ। କିନ୍ତୁ ସ୍କୁଲରେ ଶବ ରଖିବା କଥା ନୁହେଁ।
ବୈଷ୍ଣବ ବୀର, ଭବାନୀପାଟଣା
ବାହାନଗା ହାଇସ୍କୁଲ ଭାଙ୍ଗିବା ଅନ୍ଧବିଶ୍ବାସ ଛଡ଼ା କିଛି ନୁହେଁ। ତିନି ତୁଣ୍ଡରେ ଛେଳି କୁକୁର ସତ କଥା।
ଜଗନ୍ନାଥ ଆଚାର୍ଯ୍ୟ, ଭବାନୀପାଟଣା
ବାହାନଗା ହାଇସ୍କୁଲ ଭାଙ୍ଗିବା ସରକାରଙ୍କ ଉପରେ ନିର୍ଭର କରୁଛି। ରାଜ୍ୟ ସରକାର ଯାହା ବି କରନ୍ତି ଲୋକଙ୍କ ସୁବିଧା ପାଇଁ କରନ୍ତି।
ଜୟଭଗବାନ ଜୈନ, କଲାହାଣ୍ଡି
ବାହାନଗା ହାଇସ୍କୁଲ ଭାଙ୍ଗିବା ହେଉଛି ଅନ୍ଧବିଶ୍ବାସ। ଏ ବିଷୟରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିବା କଥା। ନିଶ୍ଚିତ ଭାବେ ଛାତ୍ରଛାତ୍ରୀଙ୍କ ଭିତରେ ଭୟରେ ରହିବ। କିନ୍ତୁ ସ୍କୁଲ ନଭାଙ୍ଗି ଛାତ୍ରଛାତ୍ରୀଙ୍କୁ ସରକାର ତଥା ସ୍ଥାନୀୟ ଲୋକ ବୁଝାଇବା କଥା।
ବ୍ରଜଶ୍ବରୀ ପଣ୍ଡା, ବରଗଡ଼
ବାହାନଗା ହାଇସ୍କୁଲ ଭାଙ୍ଗିବା ସଂପୂର୍ଣ୍ଣ ଅନ୍ଧବିଶ୍ବାସ ଛଡ଼ା କିଛି ନୁହେଁ।
ମନରୋଞ୍ଜନ ମେହେର, ବରଗଡ଼
ବାହାନଗା ହାଇସ୍କୁଲ ଭାଙ୍ଗିବା ସଂପୂର୍ଣ୍ଣ ଅନ୍ଧବିଶ୍ବାସ ଛଡ଼ା କିଛି ନୁହେଁ। ଅନ୍ଧବିଶ୍ବାସକୁ ଦୂର କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। କିନ୍ତିୁ ଅନ୍ଧବିଶ୍ବାସ ଏବେ ବି ଭରି ରହିଛି।
ସୁବାସ ଚନ୍ଦ୍ର ଦେହୁରୀ, ବରପାଲି
ବାହାନଗା ହାଇସ୍କୁଲ ଭାଙ୍ଗିବା ସଂପୂର୍ଣ୍ଣ ଅନ୍ଧବିଶ୍ବାସ। ସ୍କୁଲ ଶବ ରଖାଯାଇଥିବାରୁ ପିଲାମାନେ ଡରୁଛନ୍ତି। ସେମାନଙ୍କ ଭୟ ଦୂର କରିବା ପାଇଁ ହୋମ ଯଜ୍ଞ ଆୟୋଜନ କରିବା କଥା।
ଦୁଃଶାସନ ରଣା, ବୌଦ୍ଧ
ସ୍କୁଲ କୋଠା ଭାଙ୍ଗିବା ଅନ୍ଧବିଶ୍ବାସ।
ସୁଦାମ ସାହୁ, ସୁବର୍ଣ୍ଣପୁର
ଗୋକୁଳ ସୁନା, ଲଛିପୁର, ସୁବର୍ଣ୍ଣପୁର: ବାହାନଗା ହାଇସ୍କୁଲ ଭାଙ୍ଗିବା ସଂପୂର୍ଣ୍ଣ ଅନ୍ଧବିଶ୍ବାସ ଛଡ଼ା କିଛି ନୁହେଁ।
ବାହାନଗା ହାଇସ୍କୁଲ ଭାଙ୍ଗିବା ଅନ୍ଧବିଶ୍ବାସ ଛଡ଼ା କିଛି ନୁହେଁ। ସ୍ଥାନୀୟ ଲୋକଙ୍କୁ ଓ ଛାତ୍ରଛାତ୍ରୀଙ୍କୁ ସଚେତନ କରିବା କଥା।
ରାଜୀବ ନାଗ, ସମ୍ବଲପୁର
ବାହାନଗା ହାଇସ୍କୁଲ ଭାଙ୍ଗିବା ଅନ୍ଧବିଶ୍ବାସ ଛଡ଼ା କିଛି ନୁହେଁ। ସରାକାରଙ୍କ ତରଫରୁ ପଇସା ଆସୁଥିବାରୁ ଲୋକେ ଭାଙ୍ଗିବା ପାଇଁ କହୁଛନ୍ତି।
ଆଦିତ୍ୟ ମହାକୁର, ସୁବର୍ଣ୍ଣପୁର
ବାହାନଗା ହାଇସ୍କୁଲ ଭାଙ୍ଗିବା ସଂପୂର୍ଣ୍ଣ ଅନ୍ଧବିଶ୍ବାସ ଛଡ଼ା କିଛି ନୁହେଁ।
ଅମରୀଶ ମହାକୁର, ସୁବର୍ଣ୍ଣପୁର
ବାହାନଗା ହାଇସ୍କୁଲ ଭାଙ୍ଗିବା ଠିକ୍ କରାଯାଇଛି। ନହେଲେ କୋମଳମତି ଶିଶୁମାନଙ୍କ ମନରେ ଭୟ ସୃଷ୍ଟି ହୋଇଥାନ୍ତା।
ଉମେଶ ଭୋଇ, ଝାରସୁଗୁଡ଼ା
ଭୂତ ପିଶାଚ ମନ୍ତ୍ର ତନ୍ତ୍ରକୁ ବିଜ୍ଞାନ, ଆଇନ, ସରକାର, ସମ୍ବିଧାନ ମାନନ୍ତି ନାହିଁ। ଏସବୁ ଭ୍ରାନ୍ତ ଧାରଣା। ଅବଶ୍ୟ ଏଥିପାଇଁ ବାହାନଗା ସ୍କୁଲକୁ ରୂପାନ୍ତର କରିବା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ।
ହରିହର ରାଜହଂସ, ଝାରସୁଗୁଡା
ବାହାନଗା ରେଳ ଦୁର୍ଘଟଣା ଏକ ଦୁଃଖଦାୟକ ଘଟଣା। କିନ୍ତୁ ସବୁଠି ବଡ଼ ଦୁଃଖର ଘଟଣା ଆମେ ଲୋକଙ୍କୁ ସଚେତନ କରିପାରି ନାହୁଁ। ଏବେ ଲୋକେ ଅନ୍ଧବିଶ୍ବାସ ଉପରେ ଭରସା କରୁଛନ୍ତି।
ରାମଦୟାଲା ପଣ୍ଡା, ଝାରସୁଗୁଡ଼ା
ବାହାନଗା ହାଇସ୍କୁଲ ଭାଙ୍ଗିବା ଅନ୍ଧବିଶ୍ବାସ ଛଡ଼ା କିଛି ନୁହେଁ। ଲୋକଙ୍କ ଭୂଆଁ ବୁଲାଉଛନ୍ତି ସରାକାର। ଏହା ରେଳ ଷ୍ଟେସନରେ ହୋଇଥିଲେ ଷ୍ଟେସନ କଣ ଭାଙ୍ଗିଥାନ୍ତେ?
ଯୁଗଳ କିଶୋର ଖଣ୍ଡେଇ, ଝାରସୁଗୁଡ଼ା
ଶହ ଶହ ଲୋକଙ୍କ ଶବ ସେଠି ପଡ଼ି ରହିଥିଲା। ସେମାନଙ୍କ ଅତୃପ୍ତ ଆତ୍ମା ବହୁତ କିଛି କ୍ଷତି କରିପାରେ। ସେଥିପାଇଁ ସ୍କୁଲ ଭାଙ୍ଗିଦେବା ଠିକ୍ ହେବ।
ଜି. ସୁଧାରାଣୀ, ନୂଆଁପଡ଼ା