ପୁଣି ଶ୍ରୀମନ୍ଦିର ବେଢ଼ା ଫଟୋ ଭାଇରାଲ୍‌

ପୁରୀ : କଡ଼ା ସୁରକ୍ଷା ବଳୟକୁ ଭଙ୍ଗ କରି ପୁଣି ଥରେ ଶ୍ରୀମନ୍ଦିର ଭିତର ବେଢ଼ା ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ କରାଯାଇଛି। ଶ୍ରୀମନ୍ଦିର ଭିତରେ ଓ ବାହାରେ ଏତେ ସୁରକ୍ଷା ଥାଇ ବି ବେଢ଼ା ପରିସର ଫଟୋ ଭାଇରାଲ ହେବାକୁ ନେଇ ସେବାୟତମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସଂପୃକ୍ତ ବ୍ୟକ୍ତି ଜଣକ ଶ୍ରୀମନ୍ଦିର ଭିତରେ ବିମଳାଙ୍କ ମନ୍ଦିରର ଫଟୋ ଉଠାଇବା ପରେ ଏହାକୁ ସୋସିଆଲ୍‌ ମିଡିଆରେ ଛାଡ଼ିଛନ୍ତି। ପରେ ବେଢ଼ା ଭିତରେ ଦୁଇ ସାଙ୍ଗଙ୍କ ସହ ସେଲ୍‌ଫି ଉଠାଇ ଏହାକୁ ମଧ୍ୟ ସୋସିଆଲ୍‌ ମିଡିଆରେ ଛାଡ଼ିଛନ୍ତି। ଏ ସଂପର୍କରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା କହିଛନ୍ତି, ପୂର୍ବରୁ ଶ୍ରୀମନ୍ଦିର ଗର୍ଭଗୃହ ଭିତରର ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ କରାଯାଇଥିଲା। ଏହି ଘଟଣା ପରେ ନିକଟ ଅତୀତରେ ସେଭଳି ଆଉ କୌଣସି ଫଟୋ ଭାଇରାଲ୍‌ ହେବା ସୂଚନା ମୋ ପାଖରେ ନାହିଁ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର