କାରୋନା ମୁକାବିଲା ପାଇଁ ଫୁଲବାଣୀ ବିଧାୟକ ବଢ଼ାଇଲେ ସହଯୋଗର ହାତ : ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ୨୦ ଲକ୍ଷ ବିନିଯୋଗ ପାଇଁ ଜିଲ୍ଲାପାଳଙ୍କୁ ଚିଠି

ଫୁଲବାଣୀ : କରୋନା ମୁକାବିଲା ପାଇଁ ସହଯୋଗର ହାତ ବଢାଇଛନ୍ତି ଫୁଲବାଣୀ ବିଧାୟକ ଅଙ୍ଗଦ କହଁର। ୨୦୨୦-୨୧ ଆର୍ଥିକ ବର୍ଷ ଆଞ୍ଚଳିକ ଉନ୍ନୟନ ପାଣ୍ଠି ବାବଦକୁ ୨୦ ଲକ୍ଷ ଟଙ୍କା କରୋନା ପ୍ରତିହତରେ ବିନିଯୋଗ କରିବାକୁ ସେ ଜିଲ୍ଲାପାଳଙ୍କୁ ଚିଠି କରି ଜଣାଇଛନ୍ତି। ପ୍ରତି ବ୍ଳକ ପାଇଁ ୫ ଲକ୍ଷ ଟଙ୍କା ଲେଖାଏଁ ବିନିଯୋଗ ହେବ। ଫୁଲବାଣୀ, ଫିରିଙ୍ଗିଆ, ଖଜୁରୀପଡା ଓ ଚକାପାଦ ବ୍ଳକରେ ଏହି ଅର୍ଥ ବିନିଯୋଗ ହେବ। କରୋନାକୁ ପ୍ରତିହତ କରିବା ନିମନ୍ତେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପକୁ ସେ ପ୍ରଶଂସା କରିବା ସହ ଏହି ସମୟରେ ସମସ୍ତେ ସହଯୋଗର ହାତ ବଢାଇବାକୁ ଶ୍ରୀ କହଁର ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର