ଫୁଲବାଣୀ: ଅପହୃତ ନାବାଳିକା ଉଦ୍ଧାର; ଅପହର୍ତ୍ତା ଫେରାର

ଫୁଲବାଣୀ: କଳାହାଣ୍ଡିରୁ ଅପହରଣ କରି ଅଣାଯାଇଥିବା ଜଣେ ନାବାଳିକାକୁ ରବିବାର ପୂର୍ବାହ୍ନରେ ପୁଲିସ ଫୁଲବାଣୀରୁ ଉଦ୍ଧାର କରିଛି।
ଖବରରୁ ପ୍ରକାଶ ଯେ ଦେବବ୍ରତ ଦିଗାଲ ନାମଧ୍ୟେୟ ଜଣେ ନାବାଳକ (ଆନୁମାନିକ ବୟସ ୧୭/୧୮) କଳାହାଣ୍ଡିରେ ରହୁଥିଲା। ସମୟକ୍ରମେ ତା’ର ରାମପୁର ଥାନା ଅନ୍ତର୍ଗତ ଲୁବେନଗଡ଼ ଗ୍ରାମର ସ୍ୱର୍ଗତ ଭାରତ ମାଝୀଙ୍କ ୧୬ ବର୍ଷୀୟ ଝିଅ ସାପୁଙ୍ଗି ମାଝୀ ସହ ତା’ର ସ୍ନେହ ସମ୍ପର୍କ ଗଢି ଉଠିଥିଲା। ଗତକାଲି ଦେବବ୍ରତ ଫୁସୁଲାଇ ଫୁଲବାଣୀ ନେଇ ଆସିଥିଲା।

ଏ ସଂକ୍ରାନ୍ତରେ ଥାନାରେ ଅଭିଯୋଗ ହେବା ପରେ, କଳାହାଣ୍ଡି ଏବଂ ଫୁଲବାଣୀ ପୁଲିସ ମିଳିତ ଭାବେ ଫୁଲବାଣୀ ସହର ଅନ୍ତର୍ଗତ ପିଅନପଡ଼ାସ୍ଥିତ ଦେବ୍ରତଙ୍କ ଘରେ ଚଢ଼ଉ କରି ପୀଡ଼ିତାଙ୍କୁ ଉଦ୍ଧାର କରିଥିଲେ। କୌଣସି ସୂତ୍ରରୁ ଚଢ଼ଉ ସଂକ୍ରାନ୍ତରେ ଖବର ପାଇ ପୁଲିସ ପହଞ୍ଚିବା ପୂର୍ବରୁ ଦେବବ୍ରତ ଫେରାର ହୋଇ ଯାଇଥିଲା।

ଏ ଘଟଣାରେ ଫୁଲବାଣୀ ଟାଉନ୍‌ ଥାନା ପୁଲିସ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର