ଫୁଲବାଣୀରେ ପରିବା ଓ ତେଜରାତି ସାମଗ୍ରୀର ଯୋଗାଣ ଲାଗି ଆରମ୍ଭ ହେଲା ଦୁଇଟି ମୋବାଇଲ୍ ଭେଣ୍ଡିଂ ଅଟୋ ବ୍ୟବସ୍ଥା

ଫୁଲବାଣୀ: କରୋନା ମୁକାବିଲା ପାଇଁ ସାରା ଦେଶ ଲକଡାଉନରେ ଥିବା ବେଳେ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କ ପାଇଁ ଏକ ଭଲ ପଦକ୍ଷେପ ନିଆଯାଇଛି। ତାହା ଅନୁଯାୟୀ, କରୋନା ଲକଡାଉନ୍ ଅବଧି ମଧ୍ୟରେ ସମୟାନୁବର୍ତ୍ତୀ ଭାବରେ, ଘରେ ଘରେ ପରିବା ଓ ତେଜରାତି ସାମଗ୍ରୀର ଯୋଗାଣ ବ୍ୟବସ୍ଥା କରାଯାଇଛି।

ଏଥିଲାଗି ଯୋଗାଣ ଶୃଙ୍ଖଳା ବଜାୟ ରଖିବା ପାଇଁ ଫୁଲବାଣୀ ସହରରେ ତାଜା ପନିପରିବା ଏବଂ ତେଜରାତି ସାମଗ୍ରୀ ପାଇଁ ଦୁଇଟି ମୋବାଇଲ୍ ଭେଣ୍ଡିଂ ଅଟୋ ବ୍ୟବସ୍ଥା ଆଜି ଆରମ୍ଭ କରାଯାଇଛି | କନ୍ଧମାଳ ଜିଲ୍ଲାର ଉଦ୍ୟାନ କୃଷି ବିଭାଗ ଏବଂ ମହିଳା ଏସ୍ ଏଚ୍ ଜି ଦ୍ୱାରା ପରିଚାଳିତ ଓଏଲଏମ୍ ର ମିଳିତ ଉଦ୍ୟମରେ ଏହି ଅଭିଯାନ ଆରମ୍ଭ ହୋଇଛି। କନ୍ଧମାଳ ଜିଲ୍ଲାବାସୀମାନେ ଏହାକୁ ସ୍ବାଗତ କରିଛନ୍ତି।

ସମ୍ବନ୍ଧିତ ଖବର