ବୈଷୟିକ ଶିକ୍ଷାରେ ଭିନ୍ନକ୍ଷମଙ୍କ ପାଇଁ ୫% ସଂରକ୍ଷଣ

ଭୁବନେଶ୍ୱର : ଉଚ୍ଚତର ବୈଷୟିକ ଶିକ୍ଷା ଓ ବୃତ୍ତିଗତ ଶିକ୍ଷା ପ୍ରତିଷ୍ଠାନରେ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମରେ ଏଣିକି ଭିନ୍ନକ୍ଷମଙ୍କ ପାଇଁ ୫% ସଂରକ୍ଷଣ ରହିବ। ଆସନ୍ତା ୨୦୧୮-୧୯ ଶିକ୍ଷାବର୍ଷରୁ ଏହି ସଂରକ୍ଷଣ ଲାଗୁ ହେବ। ଭିନ୍ନକ୍ଷମ ବ୍ୟକ୍ତିଙ୍କ ଅଧିକାର ଆଇନ-୨୦୧୬ ଅନୁଯାୟୀ ଏହି ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ ବୋଲି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ଭିନ୍ନକ୍ଷମଙ୍କ ପାଇଁ ୩% ସଂରକ୍ଷଣ ବ୍ୟବସ୍ଥା ଥିଲା।

ସମ୍ବନ୍ଧିତ ଖବର