ପିଆଇବିର ପ୍ରମୁଖ ମହାନିର୍ଦ୍ଦେଶକ ସୀତାଂଶୁ କରଙ୍କ କାର୍ଯ୍ୟକାଳ ବୃଦ୍ଧି

ଭୁବନେଶ୍ବର : ପିଆଇବିର ପ୍ରମୁଖ ମହାନିର୍ଦ୍ଦେଶକ ଓ ଭାରତ ସରକାରଙ୍କ ପ୍ରମୁଖ ମୁଖପାତ୍ର ସୀତାଂଶୁ କରଙ୍କ କାର୍ଯ୍ୟକାଳ ୬ ମାସ ବୃଦ୍ଧି କରାଯାଇଛି। ତାଙ୍କ କାର୍ଯ୍ୟକାଳ ବୃଦ୍ଧିକୁ କ୍ୟାବିନେଟ ଅନୁମୋଦନ ମିଳିଛି। ଭାରତୀୟ ସୂଚନା ସେବାର ବରିଷ୍ଠ ଅଧିକାରୀ ଶ୍ରୀ କରଙ୍କ କାର୍ଯ୍ୟକାଳ ମାର୍ଚ୍ଚ ୩୧ରେ ଶେଷ ହେବାର ଥିଲା। ୩୫ ବର୍ଷର ଦୀର୍ଘ କାର୍ଯ୍ୟକାଳରେ ଶ୍ରୀ କର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ବିଭିନ୍ନ ଗଣମାଧ୍ୟମ ୟୁନିଟରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବିରେ କାର୍ଯ୍ୟ କରିଛନ୍ତି। ଅଲ୍ ଇଣ୍ଡିଆ ରେଡିଓର ନ୍ୟୁଜ ସର୍ଭିସ ଡିଭିଜନ ଓ ଦୂରଦର୍ଶନରେ ସେ ଦୀର୍ଘବର୍ଷ କାର୍ଯ୍ୟ କରିଛନ୍ତି। ୨୦୦୩ରେ ଶ୍ରୀ କର ପତ୍ର ସୂଚନା କାର୍ଯ୍ୟାଳୟରେ ଯୋଗଦେଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟର ପ୍ରଚାର ଓ ପ୍ରସାର ଦାୟିତ୍ୱ ସୂଚାରୁ ରୂପେ ନିର୍ବାହ କରିଛନ୍ତି । ୨୦୦୫ରେ ସେ ପ୍ରତିରକ୍ଷା ମନ୍ତ୍ରଣାଳୟର ପ୍ରମୁଖ ମୁଖପାତ୍ର ରହିଥିଲେ। ୨୦୧୫ ଡିସେମ୍ବରରେ ତାଙ୍କୁ ଅଲ ଇଣ୍ଡିଆ ରେଡିଓର ନ୍ୟୁଜ ସର୍ଭିସ ଡିଭିଜନର ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଥିଲା।

ସମ୍ବନ୍ଧିତ ଖବର