ହରଭଙ୍ଗା: ବାହାଘରେ ବରା୍ହା ମାଂସ ଭୋଜି ହୋଇଥାନ୍ତା। କିନ୍ତୁ ଏହା ଭୋଜିସ୍ଥଳୀକୁ ପହଞ୍ଚିବା ପୂର୍ବରୁ ବନ ବିଭାଗର କର୍ମଚାରୀଙ୍କ ହାବୁଡ଼ରେ ଧରାପଡ଼ିଯାଇଛି। ବନବିଭାଗର କର୍ମଚାରୀମାନେ ଏକ ମୃତ ବାର୍ହା ଓ ପିକ୍ଅପ୍କୁ ଜବତ କରିବା ସହ ଏହି ମାମଲାରେ ୩ ଜଣଙ୍କୁ ଗିରଫ କରିଛନ୍ତି। ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ମାଧପୁର ଠାରେ ବନ ବିଭାଗର ଏହି ଚଢ଼ଉ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଦିଲ୍ଲୀପ ସାହୁ, ଆର୍ତ୍ତ କହଁର ଓ ବଳରାମ ରଣା।
ସୂଚନା ଅନୁସାରେବାହାଘର ଭୋଜିପାଇଁ ଏକ ମାକ୍ସ ପିକ୍ଅପ୍ରେ ଫୁଲବାଣୀ ଅଞ୍ଚଳକୁ ନେଉଥିବା ଗୋଟିଏ ମୃତ ବାର୍ହାକୁ ଜବତ କରାଯାଇଛି। ବନ ବିଭାଗର କର୍ମଚାରୀମାନେ ଶୁକ୍ରବାର ବିଳମ୍ବିତ ରାତିରେ ଫୁଲବାଣୀ ଅଞ୍ଚଳର ୩ ଜଣ ଯୁବକ ଭୋଜିଭାତ ପାଇଁ ଏକ ମାକ୍ସ ପିକ୍ଅପ୍ରେ (ଓଡି ୦୩ଜି ୨୦୧୩) ଆଡେନିଗଡ଼ ପଞ୍ଚାୟତର ଦୁର୍ଗମ ଅଞ୍ଚଳରୁ ଏକ ବାର୍ହା ନେଇ ଯାଉଥିବା କୌଣସି ସୂତ୍ରରୁ ଖବର ପାଇଥିଲେ। ଖବର ଅନୁଯାଇ ମାଧପୁର ରେଞ୍ଜର କର୍ମଚାରୀମାନେ ପିକ୍ଅପ୍କୁ ମାଧପୁର ଛକରେ ଅଟକାଇ ତଲାସୀ ନେବାରୁ ତା ଭିତରେ ଏକ ମୃତ ବାର୍ହା ଥିବା ଦେଖିଥିଲେ। ଏଥି ସହିତ ଉକ୍ତ ବାର୍ହା ଚାଲାଣ କରିବା ଅଭିଯୋଗରେ ଡ୍ରାଇଭର ଦିଲ୍ଲୀପ ସାହୁ, ଆର୍ତ୍ତ କହଁର ବଳରାମ ରଣା ନାମକ ୩ଯୁବକଙ୍କୁ ଗିରଫ କରି ଅଧିକ ପଚରାଉଚରା ଜାରି ରହିଥିବା ରେଞ୍ଜ ଅଧିକାରୀ ଶ୍ରୀବତ୍ସ କୁମୁରା ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/6fe7ccba-73f5-4de4-85f6-0ce1fe05f482.jpg)