ଥୁଆମୂଳ ରାମପୁର: କଳାହାଣ୍ଡି ଜିଲ୍ଲା କଲମପୁର ମୁଖ୍ୟ ରାସ୍ତାର ସିଙ୍ଗାରୀ ଘାଟି ମଧ୍ୟରେ ଘଟିଛି ଏକ ପିକଅପ୍ ଭ୍ୟାନ୍ ଦୁର୍ଘଟଣା। ଏହି ଦୁର୍ଘଟଣା ଯୋଗୁଁ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହେଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ୫ ଗୁରୁତର ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଲାଲୁ ମାଝୀ ଓ ଢଙ୍ଗର ମାଝୀ।
ପ୍ରାପ୍ତ ସୂଚନା ଅନୁସାରେ ଥୁଆମୁଳ ରାମପୁର ବ୍ଲକ ଅଧିନସ୍ଥ ସିନ୍ଧିପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାର୍ଷିକୋଣା ଓ ମୁଣ୍ଡିଚୁଆର ହିତାଧିକାରମାନେ ପ୍ରତି ମାସ ଭଳି ଚଳିତ ମାସର ପି.ଡି.ଏସ. ଚାଉଳ ଆଣିବା ପାଇଁ ଦାସିଗାଁର ଏକ ପିକଅପ ଗାଡି ସହ ଯୋଗାଯୋଗ କରିଥିଲେ। ମଙ୍ଗଳବାର ସକାଳେ ଗ୍ରାମର ପ୍ରାୟ ୫୦ ଜଣ ହିତାଧିକାରୀଙ୍କ ଚାଉଳ ବୋଝେଇ କରି ପିକପ୍ ଭ୍ୟାନ୍ଓ (ଡି ୦୮କ୍ୟୁ ୮୩୬୪)ରେ ଲାଲୁ ମାଝୀ, ଡଙ୍ଗର ମାଝୀ, ଦଶରୁ ମାଝୀ, ତପସ୍ବିନୀ ମାଝୀ, ଶୋଭାମାଝୀ, ସାନୁ ମାଝୀ, ଜାନକୀ ମାଝୀ, ରୁପା ମାଝୀ ୧ ଓ ରୁପା ମାଝୀ ୨, କୁନି ମାଝୀ ,ମହେନ୍ଦ୍ର ମାଝୀ, ପ୍ରମୁଖ ସିଙ୍ଗାରୀ ଘାଟି ଦେଇ ଫେରୁଥିବା ବେଳେ ଘାଟିର ଶେଷ ମୁଣ୍ଡରେ ଥିବା ଏକ ବୁଲାଣିରେ ଡ୍ରାଇଭର ଗାଡି ଉପରେ ନିୟନ୍ତ୍ରଣ ହାଇବାରୁ ଘାଟିର ୩୦ ଫୁଟ ତଳକୁ ଗାଡି ଖସି ଓଲଟି ପଡିଥିଲା। ଫଳରେ ଲାଲୁ ମାଝୀ ଓ ଢଙ୍ଗର ମାଝୀଙ୍କ ଶୋଚନୀୟ ଭାବେ ମୃତ୍ୟୁ ହେଇଥିବା ବେଳେ ଅନ୍ୟ ମାନେ ଗୁରୁତର ଆହତ ହେଇଥିଲେ। କିଛି ଲୋକଙ୍କ ସୂଚନା ପାଇ ତୁରନ୍ତ ଆମ୍ବୁଲେନ୍ସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଂଚି ଗୁରୁତର ବ୍ୟକ୍ତିମାନଙ୍କୁ ଉଦ୍ଧାର କରି କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ ଦଶରୁ ମାଝୀ, ତପସ୍ବିନ ମାଝୀ, ଶୋଭା ମାଝୀ, ସାନ ମାଝୀ ଓ ଦୁବଲ ମାଝୀଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟମାନଙ୍କୁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଇଛି।
ଅନ୍ୟପଟେ ଥୁଆମୂଳ ରାମପୁର ପୁଲିସ ଥାନା ଅଧିକାରୀ ଗୋବିନ୍ଦ ମାଝୀ ଘଟଣାସ୍ଥଳରେ ପହଂଚି ଶବ ଦୁଇଟିକୁ ଜବତ କରିବା ସହ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ନିୟୋଜିତ ଶବ ବାହକ ଯାନ ସହାୟତାରେ ବ୍ୟବଚ୍ଛେଦ ପାଇଁ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/c6e06ce3-addf-486e-aab3-e577ba23bf48.jpg)