ଚିଲିଗୁଡ଼ା: ଜୁନାଗଡ଼ ଥାନା ଅନ୍ତର୍ଗତ ମୁଣ୍ଡରାଗୁଡ଼ା ଛକ ନିକଟରେ ଏକ ପିକ୍ଅପ୍ ଭ୍ୟାନ୍ ଓଲଟି ୧୭ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି। ସେଥିମଧ୍ୟରେ ୭ ଜଣ ଶିଶୁ ଓ କିଛି ମହିଳା ରହିଥିବା ବେଳେ ଜୁନାଗଡ଼ ଡାକ୍ତରଖାନାରେ ସେମାନଙ୍କୁ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ଗାଡ଼ି ଚାଳକ ଫେରାର ଥିବା ସୂଚନା ମିଳିଛି।
ପ୍ରକାଶ ଯେ, ସୋମବାର ସନ୍ଧ୍ୟାରେ ଜୁନାଗଡ଼ ଥାନା ଅନ୍ତର୍ଲା ଓ କରଚଲା ଗ୍ରାମର କିଛି ଲୋକ ବଣିଜରା ଗ୍ରାମକୁ ଏକ ପିକ୍ଅପ୍ (ଓଡ଼ି ୦୮ଜି ୮୦୪୯) ଯୋଗେ ମୁଣ୍ଡନ ଭୋଜି ଖାଇବାକୁ ଯାଇଥିଲେ। ସେଠାରୁ ଗ୍ରାମକୁ ଫେରୁଥିବା ସମୟରେ ମୁଣ୍ଡରାଗୁଡ଼ା​ ଛକ ନିକଟ ବୁଲାଣୀ​ରେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ସେଥିରେ ଥିବା ଯାତ୍ରୀ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକ ଆମ୍ବୁଲାନ୍ସକୁ ଖବର ଦେବାରୁ ଆମ୍ବୁଲାନ୍ସ ପହଞ୍ଚିବା ପରେ ଆହତଙ୍କୁ ଉଦ୍ଧାର କରି ଜୁନାଗଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ଜୁନାଗଡ଼ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/22-24.jpg)