ମାଷ୍ଟର କ୍ୟାଣ୍ଟିନ ଛକରୁ ପୁଲିସର ପିକେଟିଂ, ବିଭିନ୍ନ ସ୍ଥାନରେ ଚଢାଉ

ଭୁବନେଶ୍ବର: ଆଜି ରଙ୍ଗର ପର୍ବ ହୋଲି। ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆଜି ଲୋକମାନେ ହୋଲି ପାଳନ କରୁଥିବା ଦେଖିବାକୁ ମିଳିଛି । ତେବେ ଏସବୁ ଭିତରେ ମାଷ୍ଟର କ୍ୟାଣ୍ଟିନ ଛକରୁ ପିକେଟିଂ ଆରମ୍ଭ କରିଛି ପୁଲିସ । ଡିସିପି, ଏଡିପିସି, ଏସିପି, ଆଇଆଇସି ଓ ଷ୍ଟ୍ରାଇକିଙ୍ଗ ଫୋର୍ସକୁ ନେଇ ପିକେଟିଂ କରୁଛି ପୁଲିସ । ଅମାନିଆଙ୍କୁ ସାବାଡ଼ କରିବା ସହ ଲୋକଙ୍କୁ ସଚେତନ କରାଯାଉଛି । କେବଳ ସେତିକି ନୁହେଁ ଘର ଭିତରେ ରହି ହୋଲି ଖେଳିବାକୁ ପରାମର୍ଶ ଦେଉଛନ୍ତି ପୁଲିସ ।

ଏଥର କୋଭିଡ କଟକଣା ଭିତରେ ହୋଲି ପାଳନ ହେଉଛି । ସର୍ବସାଧାରଣ ସ୍ଥାନରେ ହୋଲି ଖେଳିବା ଉପରେ କଟକଣା ଜାରି କରାଯାଇଛି । କେବଳ ଘର ଭିତରେ ରହି ହୋଲି ପାଳନ କରିବା ପାଇଁ ପରାମର୍ଶ ଦିଆଯାଇଛି। ଅର୍ଥାତ ପରିବାର ଭିତରେ ରୁହନ୍ତୁ ଓ ଆଉ ନିରାପଦରେ ହୋଲି ପାଳନ କରନ୍ତୁ। ରାଜଧାନୀରେ ହୋଲି ପାଳନ ବେଳେ କଡ଼ା ନଜର ରଖିବାକୁ ନିଷ୍ପତ୍ତି କରିଛି କମିସନରେଟ ପୁଲିସ, ଯାହାର ପ୍ରଭାବ ଆଜି ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି। ଆଜି ସକାଳେ ରାଜଧାନୀ ଭୁବନେଶ୍ୱର ରାସ୍ତାଘାଟ ଖାଲି ଖାଲି ଦେଖାଯାଉଛି ।

 

ସମ୍ବନ୍ଧିତ ଖବର