କାଠ ବୋଝେଇ ପିକ୍‌ଅପ୍‌ ଜବତ, ୩ ଗିରଫ

ମ.ରାମପୁର : ମ.ରାମପୁର ବନବିଭାଗ ଚଢ଼ଉ କରି ଏକ କାଠ ବୋଝେଇ ପିକ୍‌ଅପ୍‌କୁ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି। ପିକ୍‌ଅପ୍‌ରେ ୯୫ ଖଣ୍ଡ ଶାଳ କାଠ ଥିବା ଜଣାପଡ଼ିଛି। ଗିରଫ ବ୍ୟକ୍ତିମାନେ ହେଲେ ମୋହନ ଭୋସାଗର (୫୫), ରାଜକୁମାର ବିଭାର (୩୪) ଓ ପ୍ରଫୁଲ୍ଲ ନାୟକ (୩୮)। ଏହି ଚଢ଼ଉରେ ବନବିଭାଗ ଅଧିକାରୀ ଅତିସ ଦାଶ, ରମେଶ ବାଗ, ଦୀପକ ସ, ଉମେଶ ରାଉତ, ଅବିନାଶ ଭୋଇ, ବାଳକୃଷ୍ଣ ଜାଲ୍‌, ଦାମ ସାହୁ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର