ପିକ୍‌ଅପ୍ ଚୋରି ଉଦ୍ୟମ ବିଫଳ; ଅଧାବାଟରେ ଛାଡ଼ି ଚାଲିଗଲେ ଦୁର୍ବୃତ୍ତ

ଡ଼ାବୁଗାଁ: ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ଥାନା ଅନ୍ତର୍ଗତ ବୋରିଗାଁର ଜଣେ ପ୍ରତିଷ୍ଠିତ ବ୍ୟେବସାୟୀଙ୍କ ଘରୁ ଗତକାଲି (ମଙ୍ଗଳବାର) ଏକ ବୋଲେରୋ ପିକ୍ଅପ୍ ଚୋରି ଉଦ୍ୟମ ବିଫଳ ହୋଇଛି। ଦୁର୍ବୃତ୍ତମାନେ ବୋଲେରୋ ପିକଅପ୍କୁ କିଛି ଦୂର ନେଇ ଛାଡ଼ି ଚାଲି ଯାଇଛନ୍ତି। ଏ ନେଇ ଯାନ ମାଲିକ ଅଯୋଧ୍ୟା ପ୍ରସାଦ ଗୁପ୍ତା ଡ଼ାବୁଗାଁ ଥାନାରେ ଆଜି ଏତଲା ଦେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛନ୍ତି।

ସୂଚନା ଅନୁଯାୟୀ ଡ଼ାବୁଗାଁ ଥାନା ଅନ୍ତର୍ଗତ ବୋରିଗାଁ ର ପ୍ରତିଷ୍ଠିତ ବ୍ୟବସାୟୀ ଅଯୋଧ୍ୟା ପ୍ରସାଦ ଗୁପ୍ତା ପ୍ରତିଦିନ ପରି କାରବାର ସମାପ୍ତ ପରେ ମଙ୍ଗଳବାର ରାତିରେ ଖାଇ ସାରି ଶୋଇ ପଡ଼ିଥିଲେ। ତାଙ୍କ ଘର ସମ୍ମୁଖରେ ଥିବା ପିକ୍‌ଅପ୍‌ (ଓଆର ୨୪ ବି ୪୧୨୫)କୁ କୌଣସି ଦୁର୍ବୃତ୍ତ ବିଳମ୍ବିତ ରାତ୍ରରେ ଚୋରି କରି ନେଇଯାଇଥିଲେ। ତେବେ ବୋରିଗାଁରୁ ୩ କିମି ଦୂର ଛେଳିବେଡ଼ା ନିକଟ ଏକ କାଜୁବାଡ ନିକଟରେ ପିକଅପ୍ ନ ଚାଲିବାରୁ ଦୁର୍ବୃତ୍ତ ଜଣକ ଯାନକୁ ସେହିଠାରେ ଛାଡ଼ି ଚାଲି ଯାଇଥିଲା। ଛାଡ଼ି ଚାଲି ଯିବା ପୂର୍ବରୁ ରାଗରେ ପିକଅପର ଗିଅର୍ ୱାୟାର ଓ ଯାନର ବାମ ପଟ ନଷ୍ଟ କରି ଚାଲି ଯାଇଥିଲେ।

ଆଜି ସକାଳେ ଘର ସମ୍ମୁଖରେ ପିକ୍ଅ‌ପ୍‌ ନ ଥିବା ଦେଖି ବ୍ୟବସାୟୀ ଅଯୋଧ୍ୟା ପ୍ରସାଦ ଗୁପ୍ତା ଚାରି ଆଡେ଼ ଖୋଜା ଖୋଜି କରିଥିଲେ। ନିଜ ଘର ଠାରୁ ୩ କିମି ଦୂର ଏକ କାଜୁ ବାଡ ନିକଟରେ ବୋଲେରୋ ପିକଅପ ଯାନ ଥିବା ଗ୍ରାମ ର କିଛି ଲୋକେ ଦେଖି ଅଯୋଧ୍ୟା ଗୁପ୍ତାଙ୍କୁ କହିଥିଲେ। ଅଯୋଧ୍ୟା ଗୁପ୍ତା କାଜୁ ବାଡ ନିକଟରେ ଯାଇ ଦେଖିବା ବେଳକୁ ଯାନ ର କିଛି ଅଂଶ ଭାଙ୍ଗି ଗିଅର ୱାଇର ଛିଣ୍ଡା ଯାଇଥିବା ଦେଖିଥିଲେ। ଏ ନେଇ ଆଜି ସକାଳେ ଅଯୋଧ୍ୟା ଗୁପ୍ତା ଡ଼ାବୁଗାଁ ଥାନାରେ ଏତଲା ଦେବା ପରେ ଥାନା ଅଧିକାରୀ ପ୍ରମୋଦ ନାୟକ ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର