ଅକ୍ସିଜେନ ସିଲିଣ୍ଡର ଭର୍ତ୍ତି ପିକ୍‌ଅପ ଦୁର୍ଘଟଣାଗ୍ରସ୍ତ

ବାଲେଶ୍ବର : ବାଲେଶ୍ବର ଜିଲ୍ଲା ନୀଳଗିରିରୁ ଉଦଳା ଯାଇଥିବା ୧୯ ନମ୍ବର ରାଜ୍ୟ ରାଜପଥର ବାଉଁଶନାଳ ଛକରେ ଆଜି ଦିନରେ ଏକ ପିକ୍‌ଅପ (ଓଡି-୦୧ଏଏଚ୍‌-୫୫୩୦)ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଉକ୍ତ ଭ୍ୟାନ୍‌ରେ ଅକ୍ସିଜେନ୍‌ ସିଲିଣ୍ଡର ଭର୍ତ୍ତି ହୋଇଥିବା ଦେଖାଯାଇଥିଲା।

ମିଳିଥିବା ସୂଚନା ମୁତାବକ, ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଅଞ୍ଚଳରୁ ଏହି ପିକ୍‌ଅପ ଭ୍ୟାନ୍‌ ଆଜି କିଛି ଅକ୍ସିଜେନ୍‌ ସିଲିଣ୍ଡର ଧରି ବାଲେଶ୍ବର ଅଭିମୁଖେ ଆସୁଥଲା। ତେବେ ୧୯ନମ୍ବର ରାଜ୍ୟ ରାଜପଥର ବାଉଁଶନାଳ ଛକରେ ଏହି ଗାଡ଼ିଟି ଏକ ୩୩ କେଭି ବିଦ୍ୟୁତ‌ଖୁଣ୍ଟକୁ ଧକ୍କା ଦେଇଥିଲା। ଏଥିଯୋଗୁଁ ସମଗ୍ର ଅଞ୍ଚଳରେ ମଧ୍ୟ ବିଦ୍ୟୁତ ସରାବରାହ ବିଚ୍ଛିନ୍ନ ହୋଇଥିଲା। କ୍ଷତିଗ୍ରସ୍ତ ହୋଇଥିବା ବିଦ୍ୟୁତଖୁଣ୍ଟର ମରାମତି ପାଇଁ ବିଦ୍ୟୁତ ବିଭାଗର କର୍ମଚାରୀ ପିକ୍‌ଅପ ଭ୍ୟାନର ଡ୍ରାଇଭରଙ୍କୁ ଅଟକ ରଖି ଟଙ୍କା ମାଗିଥିଲେ। ପରେ ଗାଡ଼ିଟିକୁ ଛଡ଼ାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର