ବେଆଇନ୍‌ ଚାଲାଣ ବେଳେ ୨୦ କ୍ବିଣ୍ଟାଲ ଧାନ ସହ ପିକଅପ୍ ଭ୍ୟାନ୍ ଜବତ

ସୋନପୁର : ସୋମବାର ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ବିଷ୍ଣୁପ୍ରସାଦ ସୁପକାରଙ୍କ ନେତୃତ୍ବରେ ଧାନ ଜବତ କରାଯାଇଛି। ଜିଲ୍ଲା କାର୍ଯ୍ୟାଳୟର ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ ସୋନପୁର ବିନିକା ରାସ୍ତା ପାଣିସିଆଲି ନିକଟସ୍ଥ ସିଦ୍ଧି ପେଟ୍ରୋଲ ପମ୍ପ ନିକଟରେ ଚଢ଼ଉ କରିଥିଲେ। ବୌଦ୍ଧ ଜିଲ୍ଲା ଘୁଲଘୁଲାପଦରରୁ ଆସୁଥିବା ଧାନ ବୋଝେଇ ପିକ୍‌ଅପ୍ ଭ୍ୟାନ୍‌ (ଓଆର୍‌ ୦୩ ଇ-୭୪୫୬)କୁ ଜବତ କରାଯାଇଥିଲା। ଭ୍ୟାନ୍‌ରୁ ଜରି ବସ୍ତାରେ ୬୦ ପ୍ୟାକେଟ୍‌ ଥିବା ଧାନ ମିଳିଥିଲା। ଧାନର ଓଜନ କରାଯାଇ ନବୀନ ସାହୁଙ୍କଠାରୁ ୨୦ କ୍ବିଣ୍ଟାଲ ୨୨କେଜି ଧାନ ଜବତ କରାଯାଇଛି। ଜବତ ଧାନ ଏବଂ ପିକ୍ଅପ୍ ଭ୍ୟାନକୁ ରାଣୀସତୀ ରାଇସ୍‌ ମିଲରେ ଜିମା ଦିଆଯାଇଛି ବୋଲି ଜିଲ୍ଲା ଯୋଗାଣ ବିଭାଗ ସୂଚନା ଦେଇଛି। ଚଢ଼ଉରେ ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ସୁବୋଧ ହୋତା, ସହାକାରୀ ଯୋଗାଣ ଅଧିକାରୀ ପ୍ରଣତୀ ପୃଷ୍ଟି, ଉଲୁଣ୍ଡା ଯୋଗାଣ ନିରୀକ୍ଷକ ରାଜକିଶୋର ନାୟକ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର