କେନ୍ଦୁଝର : ବଳଦ ବୋଝେଇ ପିକଅପ୍ ଜବତ, ଚାଳକ ଅଟକ

କେନ୍ଦୁଝର : ବାଂଶପାଳ ଗୋନାସିକା ଗୌଡ଼ଚମ୍ପେଇ ରାସ୍ତାରେ ବେଆଇନ ଭାବେ ବଳଦ ଚାଲାଣ କରାଯାଉଥିବା ଏକ ବଳଦ ବୋଝେଇ ପିକଅପ୍ ଜବତ କରିବା ସହ ଗାଡ଼ି ଚାଳକଙ୍କୁ ନମୋସେନା କର୍ମୀ ସଦର ପୁଲିସ ଜିମା ଦେଇଛନ୍ତି। ବଳଦଙ୍କୁ ଗୋନାସିକା ଗୋଶାଳାକୁ ପଠାଯାଇଛି।

ସୂଚନାଅନୁସାରେ, ବୁଧବାର ଅପରାହ୍ଣରେ ପିକଅପ୍ (ଓଡ଼ି-୦୫-୭୨୯୮)ରେ ୪ଟି ବଳଦକୁ ନିର୍ମମ ଭାବରେ ବାନ୍ଧି ତେଲକୋଇ ଅଞ୍ଚଳକୁ ଚାଲାଣ କରାଯାଉଥିଲା। ବିଶେଷ ସୂତ୍ରରୁ ନମୋସେନା କର୍ମୀ ବୁଟି ପରିଡ଼ା, ବିଦ୍ୟାଧର ପରିଡ଼ା, ମୋନମହନ ଦାସ, ବଳଭଦ୍ର ନାଏକ, ନିଶିକାନ୍ତ ସେଠୀ, ଋଷି ପେଣ୍ଠେଇ, ଶ୍ରୀବତ୍ସ ନାଏକ ଜଣିବା ପରେ ସଭାପତି ପ୍ରତାପ ଚନ୍ଦ୍ର ରାଉତଙ୍କୁ ଜଣାଇଥିଲେ। ଶ୍ରୀ ରାଉତ କର୍ମୀଙ୍କ ସହଯୋଗରେ ବଳଦ ବୋଝେଇ ପିକଅପକୁ ଅଟକାଇବା ସହିତ ପୁଲିସକୁ ଖବର ଦେଇଥିଲେ। ଅଭିଯୋଗ ପରେ ପୁଲିସ ବଳଦଙ୍କୁ ଉଦ୍ଧାର କରି ଗୋଶାଳାକୁ ପଠାଇବା ସହିତ ଚାଳକଙ୍କୁ ଅଟକ ରଖି ପଚରାଉଚରା କରୁଛି। ପୁଲିସ ୩୨/୨୧ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର