ଯୋଡା : ଚମ୍ପୁଆ ରେଞ୍ଜ ଯୋଡା ସେକ୍ସନ ଅନ୍ତର୍ଗତ ବାଂଶପାଣି ଠାରେ ଗତକାଲି ବିଳମ୍ବିତ ରାତ୍ରିରେ ବନ ବିଭାଗ ଚଢଉ କରି ଏକ ଶାଳ କାଠ ପିକ ଅଫ ଭ୍ୟାନ(ଜେଏଚ୫ସିଆର ୭୦୧୭) କୁ ଜବତ କରିବା ସହିତ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଯୋଡାର ମହମ୍ମଦ ସାମସୁଲ, ହକ, ଝାଡଖଣ୍ତ ରାଜ୍ୟ ଖୁରପଶ ଗ୍ରାମର ଏମଡି ବାସଶାହ ଓ ସ୍ବାୱନ କୁମାର ବାଗତି। ଜବତ କାଠର ମୂଲ୍ୟ ଦେଢ ଲକ୍ଷ ଟଙ୍କା ହେବ ବୋଲି ଯୋଡ଼ା ବନପାଳ ଅନିରୁଦ୍ଧ ପଣ୍ତା ପ୍ରକାଶ କରିଛନ୍ତି।
ଶାଳପଟା ବୋଝେଇ ପିକଅପ୍ ଜବତ, ୩ ଗିରଫ
/sambad/media/post_attachments/wp-content/uploads/2021/03/salapata.jpg)