ସାମ୍ନାକୁ ଆସିଲା ସାଇକୋ କିଲରର ଫଟୋ

କଟକ: ସାମନାକୁ ଆସିଛି ସାଇକୋ କିଲରର ଫଟୋ । କଟକରେ ୨୪ ଘଣ୍ଟାରେ ୩ ଜଣଙ୍କୁ ବେକ କାଟି ହତ୍ୟା କରିଥିବା ସାଇକୋ କିଲର ନାରାୟଣ ସାହୁକୁ ଗତକାଲି ପୁଲିସ ଗିରଫ କରିଥିବାବେଳେ ଆଜି ତାର ଫଟୋ ସାମନାକୁ ଆସିଛି । ବହୁ ଛକାପଞ୍ଝା ପରେ ସିସିଟିଭି ଫୁଟେଜ ଆଧାରରେ ନାରାୟଣକୁ ଅଟକ ରଖି ପଚରାଉଚରା ପରେ ପୁଲିସ ଗିରଫ କରିଥିଲା ।ତେବେ ଫରେନସିକ୍ ରିପୋର୍ଟରୁ ସାଇକୋ କିଲରକୁ ଚିହ୍ନଟ କରାଯାଇଥିଲା ।

କଟକ ସହରରେ ଚାଂଚଲ୍ୟ ସୃଷ୍ଟି କରିଥିବା ସାଇକୋକିଲରକୁ ଧରିବା ପାଇଁ ୫ଟି ଟିମ୍ କରି ରାଜ୍ୟର ବିଭିନ୍ନ ସ୍ଥାନରେ ଛାନଭିନ୍ ଜାରି ରଖିଥିଲା ପୁଲିସ । ସିଲଭର୍ ସିଟିରେ ତିନି ତିନି ଜଣଙ୍କୁ ହତ୍ୟା କରି ସାରା ରାଜ୍ୟରେ ଚାଂଚଲ୍ୟ ସୃଷ୍ଟି କରିଥିବା ଷ୍ଟୋନମ୍ୟାନକୁ ଗତ ୨୪ ତାରିଖରୁ ଖୋଜୁଥିଲା ପୁଲିସ ।

ନାରାୟଣକୁ ଧରିବା ପାଇଁ ଦିନ ରାତି ପାଟ୍ରୋଲିଙ୍ଗ କରିବା ସହ ସ୍ୱତନ୍ତ୍ର ଟିମ କରି ତଦନ୍ତ ଚଳାଇଥିଲା । ଏପରିକି ଫୋରେନସିକ୍ ମେଡିସିନ୍ ସ୍ପେଶାଲିଷ୍ଟଙ୍କ ସହ ଆଲୋଚନା କରିଥିଲା । ଏବଂ ଏହି ହତ୍ୟାକାଣ୍ଡର ପାରିପାଶ୍ୱର୍କ ସ୍ଥିତିରୁ ଏହା ଜଣେ ମାନସିକ ବିକାରଗ୍ରସ୍ତର କାର୍ଯ୍ୟ ବୋଲି କହି ଆସୁଥିଲେ ପୁଲିସ କମିଶନର ।

ସମ୍ବନ୍ଧିତ ଖବର