ମାର୍ଲବା ଘାଟିରେ ଜଳିଗଲା ପିକ୍‌ଅପ୍‌

ଡ୍ରାଇଭର ଧକ୍କା କରାଇଲେ, ୬ ଜୀବନ ବଞ୍ଚାଇଲେ

ରାୟଗଡ଼/ରା.ଉଦୟଗିରି : ଘାଟି ତଳକୁ ଗଡୁଥିଲା ଗାଡ଼ି। ହେଲେ ହଠାତ୍‌ ବ୍ରେକ୍‌ ଫେଲ୍‌ ହୋଇଗଲା। ବାମପଟକୁ ଗଲେ ଗାଡ଼ି ଖସିଯାଇ ଦୁର୍ଘଟଣାଗ୍ରସ୍ତ ହେବା ସମ୍ଭାବନା ଥିଲା। କିନ୍ତୁ ଗାଡ଼ିକୁ ବାମପଟକୁ ନେବା ବଦଳରେ ଡ୍ରାଇଭର ଡାହାଣ କଡ଼କୁ ମୋଡ଼ ବଦଳାଇଲେ। ଫଳରେ ପାର୍ଶ୍ୱରେ କଟା ପାହାଡ଼ ଦେହରେ ଚକା ଘଷି ହୋଇଯିବାରୁ ହଠାତ୍‌ ଗାଡ଼ିରେ ନିଆଁ ଲାଗି ଯାଇଥିଲା। ବାଧ୍ୟ ହୋଇ ଡ୍ରାଇଭର ପାହାଡ଼ ଦେହରେ ଗାଡ଼ିକୁ ଧକ୍କା କରାଇଥିଲେ। ଜଳନ୍ତା ଗାଡ଼ି ସେଇଠି ଓଲଟି ପଡ଼ିଲା। ଆଉ ଡ୍ରାଇଭରଙ୍କ ସମେତ ୭ଜଣ କାଳବିଳମ୍ବ ନକରି ଡେଇଁ ପଡ଼ିଥିଲେ। ସମସ୍ତେ ସାମାନ୍ୟ ଆହତ ହୋଇଥିଲେ ବି ସେମାନଙ୍କ ଜୀବନ ରକ୍ଷା ହୋଇଯାଇଥିଲା।୦ ଡେଥ୍‌ ଜୋନ୍‌ ଭାବେ ପରିଚିତ ଗଜପତି ଜିଲ୍ଲାର ମାର୍ଲବା ଘାଟିରେ ଏଭଳି ଏକ ଦୁର୍ଘଟଣା ଆଜି ଚର୍ଚ୍ଚାର ବିଷୟ ପାଲଟିଛି। ଡ୍ରାଇଭର ବାବୁଲା ଆଚାରୀଙ୍କ ଉପସ୍ଥିତ ବୁଦ୍ଧି ଓ ଉଦ୍ୟମକୁ ପ୍ରଶଂସା କରାଯାଇଛି। ଏହି ଘଟଣାରେ ଦୁଇଜଣ ମାତ୍ର ସାମାନ୍ୟ ଆହତ ହୋଇଥିବା ବେଳେ ରାୟଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର