କୋଣାର୍କର ଭଙ୍ଗା ଅଂଶ ପାଲଟିଛି ପରିସ୍ରାଗାର !

କୋଣାର୍କ: ଶହ ଶହ ବର୍ଷର ଐତିହକୁ ବହନ କରି ଓଡିଶାକୁ ସାରା ଦେଶ-ବିଦେଶରେ ଗର୍ବିତ କରାଇଛି କୋଣାର୍କର ସୂର୍ଯ୍ୟମନ୍ଦିର | କିନ୍ତୁ କୋଣାର୍କର ରକ୍ଷଣାବେକ୍ଷଣ ବାବଦରେ ଭାରତୀୟ ପ୍ରତ୍ନତାତ୍ଵିକ ବିଭାଗ କେତେ ସଚେତନ ତାହାର ଏକ ଦୃଶ୍ୟ ଦେଖିବାକୁ ମିଳିଛି | ଯାହାକୁ ନେଇ ଏବେ ପ୍ରଶ୍ନ ଉଠିଛି | ବାସ୍ତବରେ କୋଣାର୍କ ମନ୍ଦିର ନିକଟରେ ଭାରତୀୟ ପ୍ରତ୍ନତାତ୍ୱିକ ବିଭାଗ ପକ୍ଷରୁ ଏକ ମ୍ୟୁଜିୟମର ସ୍ଥାପନ କରାଯାଇଛି |

ଫଟୋ ସୌଜନ୍ୟ: ପ୍ରତୀକ ପଟ୍ଟନାୟକ

କୋଣାର୍କ ମନ୍ଦିର ସମ୍ବଳିତ ପୁରୁଣା କୀର୍ତ୍ତିରାଜିକୁ ରଖାଯିବା ସହ କିଭଳି ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିହେବ ସେହି ଲକ୍ଷ୍ୟ ନେଇ ମ୍ୟୁଜିୟମର ସ୍ଥାପନା କରାଯାଇଥିଲା | କିନ୍ତୁ କୋଣାର୍କ ମନ୍ଦିରର ଭଗ୍ନ ଅଂଶ ଏବେ ମ୍ୟୁଜିୟମ ବାହାରେ ଖୋଲା ଅବସ୍ଥାରେ ପଡ଼ିରହିଛି | ସ୍ଥିତି ଏମିତି ହୋଇଛି ଯେ ଖରା ବର୍ଷା ଶୀତ କାକରରେ ପଡି ପଡି ଏହି ସବୁ କିର୍ତ୍ତୀରାଜି ଉପରେ ଗଛ ଉଠିସାରିଲାଣି |

ବଡ କଥା ହେଉଛି ଯେ ବର୍ତ୍ତମାନ ଏହି କିର୍ତ୍ତୀରାଜିର ଏଭଳି ଅବସ୍ଥା ଦେଖି ଏଠାକୁ ଆସୁଥିବା ପର୍ଯ୍ୟଟକ ପରିସ୍ରା ମଧ୍ୟ କରୁଛନ୍ତି | ଶହ ଶହ ସଂଖ୍ୟାରେ କିର୍ତ୍ତୀରାଜି ପଡିରହିଥିବାବେଳେ କେହି ଦୃଷ୍ଟି ନ ଦେବାକୁ ନେଇ ଐତିହାସିକବିତଙ୍କ ସହ ସଂସ୍କୃତି ଗବେଷକ ପ୍ରଶ୍ନ ଉଠାଇଛନ୍ତି | ପୂର୍ବରୁ କୋଣାର୍କ ମନ୍ଦିର ସଂପୂର୍ଣ୍ଣ ସୁରକ୍ଷିତ ବୋଲି ଏଏସଆଇ ପକ୍ଷରୁ କୁହାଯାଇଥିବାବେଳେ କୋଣାର୍କର ଭଗ୍ନ ଅଂଶ ଉପରେ କେବେ ଦୃଷ୍ଟି ପଡିବ ତାହା ହିଁ ସମୟ କହିବ |

ସମ୍ବନ୍ଧିତ ଖବର