ହରିଚନ୍ଦନପୁର: ହରିଚନ୍ଦନପୁର ବ୍ଲକ୍ ପିଠାଗୋଳା ଡାକ୍ତରଖାନା ପରିସରରେ ୩ ଜଣ କର୍ମଚାରୀ ରହିବାପାଇଁ ୩ ଟି ବାସଗୃହ ରହିଛି। ବର୍ଷ ବର୍ଷ ଧରି ରକ୍ଷଣାବେକ୍ଷଣ ଅଭାବରୁ ବାସଗୃହଗୁଡିକ ଶୋଚନୀୟ ଅବସ୍ଥାରେ ପଡ଼ିରହିଛି । କେଉଁ ବାସଗୃହର ଛାତରୁ ପାଣି ଗଳୁଛି ତ କେଉଁଠୁ ସିମେଣ୍ଟ ଖସୁଛି।
ଏଥିସହିତ ଝରକା, କବାଟ ଆଦି ଭାଙ୍ଗି ଯାଇଛି। ଏହାସତ୍ତ୍ୱେ ମଧ୍ୟ କର୍ମଚାରୀମାନେ ବାଧ୍ୟ ହୋଇ ସେହି ଘରେ ରହୁଛନ୍ତି। ବାସଗୃହଗୁଡ଼ିକର ମରାମତି ଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟିଦେବାକୁ ସାଧାରଣରେ ଦାବି ହେଉଛି।