‘ପିହୁ’ ନିଖୋଜ ଘଟଣା: ବିଭିନ୍ନ ସ୍ଥାନ ଓ ଯାତ୍ରୀବାହୀ ଯାନରେ ଲାଗିଲା ପୋଷ୍ଟର, ସଫା ହେଲା ଦଳ ଭର୍ତ୍ତି ପୋଖରୀ

ଯାଜପୁର: ବିଝାରପୁର ଥାନା ଅଂଚଳର ବହୁଚର୍ଚ୍ଚିତ ୨ବର୍ଷର ଶିଶୁକନ୍ୟା ଶୁଭଲକ୍ଷ୍ମୀ ନାୟକ ଶିଶୁକନ୍ୟା ‘ପିହୁ’ ନିଖୋଜ ଘଟଣାରେ ବିଭିନ୍ନ ସ୍ଥାନ ଓ ଯାତ୍ରୀବାହୀ ଯାନରେ ପୁଲିସ ପକ୍ଷରୁ ପୋଷ୍ଟର ଲଗାଯାଇଛି। ‘ପିହୁ’ ସଂପର୍କରେ ଯେଉଁ ବ୍ୟକ୍ତି ସୂଚନା ଦେବେ ସଂପୃକ୍ତ ବ୍ୟକ୍ତିଙ୍କୁ ୨୦ ହଜାର ଟଙ୍କା ପୁରସ୍କାର ଦିଆଯିବ ବୋଲି ପୁଲିସ ଘୋଷଣା କରିଛି। ‘ପିହୁ’ର ମଧୁସୂଦନପୁର ଘର ପାଖ ଦଳଭର୍ତ୍ତି ପୋଖରୀକୁ ସଫା କରୁଥିବା‌ ଦେଖିବାକୁ ମିଳିଛି।

ଶିଶୁକନ୍ୟାର ନିଖୋଜକୁ ୬ ମାସ ବିତିଥିଲେ ମଧ୍ୟ ପିହୁର ପତ୍ତା ମିଳିନି ଘଟଣା ଉପରୁ ପରଦା ହଟିନି। ଏଭଳି ସ୍ଥିତିରେ ଗତ ଜାନୁଆରି ୩୦ ତାରିଖରେ ପିହୁର ପରିବାର ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କ ଭୁବନେଶ୍ବରସ୍ଥିତ ବାସଭବନକୁ ଯାଇ ଧାରଣାରେ ବସିଥିଲେ। ହେଲେ ସେଠାରେ ମନ୍ତ୍ରୀଙ୍କୁ ନପାଇ ନିରାଶ ହୋଇ ଫେରିଯାଇଥିଲେ। ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷାଙ୍କୁ ଭେଟି ଆଲୋଚନା କରିବା ସହ ବିଂଝାରପୁର ଓ ଯାଜପୁର ପୁଲିସ ଉପରେ ଭରସା ନଥିବା କହି ଘଟଣାର ସିବିଆଇ ତଦନ୍ତ କରିବାକୁ ଦାବି କରିଥିଲେ।

ପିହୁର ମା’ ମୋନାଲିସା ନାୟକ, ଆଈ କବିତା ନାୟକ, ଦେବେନ୍ଦ୍ର ସାମଲ, ପ୍ରଭାସ ସାମଲ ଶିଶୁବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କ ଭୁବନେଶ୍ବରସ୍ଥିତ ବାସଭବନ ସମ୍ମୁଖରେ ପୂର୍ବାହ୍ଣ ୧୦ଟାରୁ ଧାରଣାରେ ବସିଥିଲେ। ମନ୍ତ୍ରୀ ଅନୁପସ୍ଥିତ ଥିବାରୁ ଦୀର୍ଘ ୩ ଘଣ୍ଟାପରେ ତାଙ୍କ ସେକ୍ରେଟାରି ଏହି ପରିବାରକୁ ବୁଝାସୁଝାକରି ଧାରଣାରୁ ଉଠାଇଥିଲେ। ପରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ ପିହୁର ମା’ଙ୍କୁ ବୁଝାସୁଝା କରିଥିଲେ।

ସମ୍ବନ୍ଧିତ ଖବର