ଅର୍ଶ ଓ ମଳକଣ୍ଟକ ଚିକିତ୍ସା ଶିବିର ୧ରେ

ଭୁବନେଶ୍ୱର : ଦୀର୍ଘ ୩୧ ବର୍ଷ ଧରି ପ୍ରଗତି ଗ୍ରୁପ୍‌ସର ସହଯୋଗରେ ଅର୍ଶ ଓ ମଳକଣ୍ଟକ ରୋଗର ଚିକିତ୍ସା କରୁଥିବା ଡାକ୍ତର ଅରବିନ୍ଦ ତିୱାରୀ ଡିସେମ୍ବର ମାସ ୧,୨,୩ ଓ ୪ ତାରିଖ ଦିନ ଭୁବନେଶ୍ୱର ଆସି ନୂଆପଲ୍ଲୀର ଭିଆଇପି କଲୋନି, ପ୍ଲଟ୍‌ ନମ୍ବର-୧୮ (ସିଆରପି ଛକରୁ ଏକାମ୍ରକାନନକୁ ଆସିଥିବା ରାସ୍ତା ବାମ ପାର୍ଶ୍ୱ)ରେ ଚିକିତ୍ସା କରିବେ। ଚିକିତ୍ସା କାର୍ଯ୍ୟ ସକାଳ ୮ଟା ୩୦ ମିନିଟ୍‌ରୁ ଆରମ୍ଭ ହେବ। ବିନା ଅସ୍ତ୍ରୋପଚାରରେ ଗୋଟିଏ ଇଞ୍ଜେକ୍‌ସନ୍‌ ଦ୍ଵାରା ଏହି ରୋଗ ଭଲ ହୋଇ ପାରୁଛି। ଇଞ୍ଜେକ୍‌ସନ୍‌ ନେଲାପରେ ରୋଗୀ ନିଜ ଘରକୁ ଫେରିଯାଇ ପୂର୍ବଭଳି ଚଲାବୁଲା କରି ନିଜ କାମ କରିପାରିବେ ଏବଂ ଖାଇବାରେ କୌଣସି ବାରଣ ନାହିଁ। ଏହି ଚିକିତ୍ସାରେ ହଜାର ହଜାର ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। କଟକ ଓ ଭୁବନେଶ୍ୱର ପାଖ ଅଞ୍ଚଳର ରୋଗୀମାନଙ୍କ ପାଇଁ ଏହି ଚିକିତ୍ସା ଡିସେମ୍ବର ମାସ ୧ ତାରିଖ ଅପରାହ୍ନ ୧ ଘଣ୍ଟାଠାରୁ କରାଯିବ। ଗୋଟିଏ ଇଞ୍ଜେକ୍‌ସନ୍‌ର ଓ ଔଷଧର ଦାମ୍‌ ୨୩୦୦ଟଙ୍କା ଏବଂ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ୨୦୦ ଟଙ୍କା ଥିବାରୁ ପ୍ରତ୍ୟେକ ରୋଗୀ ୨୫୦୦ ଟଙ୍କା ଦେବେ। ଏଣୁ ଶୀଘ୍ର ନାମ ପଞ୍ଜିକରଣ ପାଇଁ ଫୋନ୍‌ ନମ୍ବର ୦୬୭୪-୨୫୫୧୩୩୦ କିମ୍ବା ୯୪୩୭୦୨୨୩୫୫ରେ ଯୋଗାଯୋଗ କରିବାକୁ ଅନୁଷ୍ଠାନର ସଭାପତି ସଂଚିତା ମହାନ୍ତି ଅନୁରୋଧ କରିଛନ୍ତି। ଏହି ଚିକିତ୍ସା ପ୍ରତ୍ୟେକ ଦୁଇ ମାସ ପରେ ଏହିଠାରେ କରାଯାଏ।

ସମ୍ବନ୍ଧିତ ଖବର