ପୁରୀ : ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ରହିଛି। ମାତ୍ର ଏହାର ପ୍ରଭାବ ସାଧାରଣ ମଣିଷ ଉପରେ ନାହିଁ। ଧର୍ମ ଆଗରେ ହିଂସା ଯେ ତୁଛ ତାହା ଆଜି ପ୍ରମାଣିତ ହୋଇଛି। ଶ୍ରୀଜଗନ୍ନାଥଙ୍କ ଡୋରି ଆଗରେ ସବୁ କିଛି ହାର ମାନିଛି। ଆଜି ସୁଦୂର ପାକିସ୍ତାନରୁ ୧୨୬ ଜଣ ହିନ୍ଦୁ ଭକ୍ତ ପୁରୀ ଆସି ଶ୍ରୀଜୀଉଙ୍କ ଦର୍ଶନ କରି ଫେରିଛନ୍ତି। ସେମାନେ ମହାପ୍ରଭୁଙ୍କ ଦର୍ଶନ କରି ଭାବ ବିହ୍ବଳ ହୋଇପଡ଼ିଛନ୍ତି। ଭାରତ ଶାନ୍ତିପ୍ରିୟ ଦେଶ, ସେମାନେ ମହାପ୍ରଭୁଙ୍କ ଦର୍ଶନ କରି ଖୁସିଥିବା ଭକ୍ତ କହିଛନ୍ତି। ସେମାନେ ଅନେକ ଥର ଭାରତ ଆସିଥିଲେ ବି ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ସୁଯୋଗ ପାଇ ନଥିଲେ। ଆଜି ସନ୍ଧ୍ୟାରେ ଏମାନେ ମହାପ୍ରଭୁଙ୍କ ଦର୍ଶନ କରି ଫେରିଛନ୍ତି। ଗତ ୧୫ ଦିନ ହେବ ଏମାନେ ଭାରତ ଆସି ଭାରତର ପ୍ରମୁଖ ତୀର୍ଥସ୍ଥଳ ଭ୍ରମଣ କରିଛନ୍ତି। ଭୁବନେଶ୍ବରସ୍ଥିତ ଓଡ଼ିଶା ଇଣ୍ଟର୍ନ୍ୟାସନାଲର ପରେଶ କୁମାରଙ୍କ ନେତୃତ୍ବରେ ଏମାନେ ଭାରତ ଆସିଛନ୍ତି। ପାକିସ୍ତାନେର ରହୁଥିବା ହିନ୍ଦୁମାନେ ଅନେକ ସମୟରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥାନ୍ତି।
ମହାପ୍ରଭୁଙ୍କ ଦର୍ଶନ କଲେ ୧୨୬ ପାକିସ୍ତାନୀ ଭକ୍ତ
/sambad/media/post_attachments/wp-content/uploads/2018/10/PAKISTANI-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)