ସୁବାସ ଚାଷ ପାଇଁ ଗଞ୍ଜାମ ଜିଲ୍ଲାରେ ପାଇଲଟ୍‌ କାର୍ଯ୍ୟକ୍ରମ

ଭୁବନେଶ୍ୱର : ଚାଷୀଙ୍କ ଆୟ ବୃଦ୍ଧି ତଥା ପାରମ୍ପରିକ ଫସଲ କିସମ ପରିବର୍ତନ ଆଭିମୁଖ୍ୟ ନେଇ ରାଜ୍ୟରେ ସୁବାସ ଜାତୀୟ ଚାଷ ଆରମ୍ଭ କରାଯିବ। ଏ ନେଇ ଗଞ୍ଜାମ ଜିଲ୍ଲାରେ ପାଇଲଟ୍‌ କାର୍ଯ୍ୟକ୍ରମ କରାଯିବ। ପରବର୍ତୀ ପର୍ଯ୍ୟାୟରେ ଉପକୂଳ ଓ ପାହାଡ଼ିଆ ଜିଲ୍ଲାଗୁଡ଼ିକରେ ଏଭଳି କାର୍ଯ୍ୟକ୍ରମ କରାଯିବ।

ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏ ସଂପର୍କରେ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ଯୋଗଦେଇ କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ ବିଭାଗ ସଚିବ ଅରୁଣ ପଣ୍ଡା ଏଭଳି କାର୍ଯ୍ୟକ୍ରମ ପାଇଁ ସ୍ୱୟଂଶାସିତ ଫ୍ରାଗ୍ରାନ୍ସ ଆଣ୍ଡ ଫ୍ଲାଓ୍ଵାର ଡେଭଲପ୍‌ମେଣ୍ଟ ସେଣ୍ଟର(ଏଫ୍‌ଏଫ୍‌ଡିସି) ସମସ୍ତ ବୈଷୟିକ ଓ ଜ୍ଞାନକୌଶଳ ଯୋଗାଇଦେବ ବୋଲି କହିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ନିର୍ଦିଷ୍ଟ ସୁବାସ ଜାତୀୟ ଚାଷ କରିବାକୁ ସେ ପରାମର୍ଶ ଦେଇଥିଲେ।

ସମ୍ବନ୍ଧିତ ଖବର