ରାୟଗଡ଼ା: ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ପାଇଲଟିଂ ଗାଡି ଦୁର୍ଘଟଣାଗସ୍ତ ହୋଇଛି। ଏକ ବାଇକ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ଡ୍ରାଇଭର ଭାରସାମ୍ୟ ହରାଇବା ପାଇଁ ଗାଡି ରାସ୍ତାକଡ଼କୁ ଓଲଟି ପଡିଥିଲା। ଫଳରେ ଗାଡ଼ିରେ ଥିବା ୫ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ସମସ୍ତଙ୍କୁ ଚିକିତ୍ସା ପାଇଁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଅପରାହ୍ନରେ ଆଦିବାସୀ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା ଗଜପତି ସୀମାନ୍ତରେ ପହଞ୍ଚିବା ପରେ ଗଜପତି ପୁଲିସର ପାଟ୍ରୋଲିଂ ଗାଡି ଏସକର୍ଟ କରି ରାୟଗଡା ସୀମାନ୍ତରେ ଛାଡ଼ିବାକୁ ଆସୁଥିଲା। ଅଡ଼ବା ଥାନା ବିରିକୋଟ ନିକଟ ହୁଲିଆପଦା ନିକଟରେ ଏକ ବାଇକ ଆରୋହୀ ପାଟ୍ରୋଲିଂ ଗାଡ଼ି ଆଗକୁ ଆସିଯିବା ପରେ
ଡ୍ରାଇଭର ପି.ଏସ. ରାଓ ଗାଡିକୁ ରାସ୍ତାକଡ଼କୁ ଓଲ୍ହାଇ ଦେଇଥିଲେ। ଫଳରେ ଡ୍ରାଇଭର ରାଓଙ୍କ ସମେତ ଏସ୍ଆଇ ଏଲ. ବିଶ୍ୱନାଥ, କନେଷ୍ଟବଳ ଜିତୁ ପଟ୍ଟନାୟକ, କମଳା ଦେବୀ ଏବଂ ମଞ୍ଜୁଳା ଭୂୟାଁ ଗୁରୁତର ଆହତ ହୋଇଛନ୍ତି । ଖବର ପାଇ ଅଡ଼ବା ଥାନା ପୁଲିସ ଘଟଣା ସ୍ଥଳରେ ଆହତଙ୍କୁ ବିରିକୋଟ ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରିଛି ।
ଆଦିବାସୀ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା ଭୁବନେଶ୍ୱରରୁ ରାୟଗଡ଼ା ଅଭିମୁଖେ ଯାଉଥିଲେ । ତପ୍ତପାଣି ଠାରୁ ଗଜପତି ପୁଲିସ ଏସକର୍ଟ କରି ନେଇଥିଲା।
ମନ୍ତ୍ରୀଙ୍କ ପାଇଲଟିଂ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୫ ପୁଲିସ କର୍ମଚାରୀ ଆହତ
/sambad/media/post_attachments/wp-content/uploads/2021/10/IMG-20211017-WA0023.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)