ନୂଆଦିଲ୍ଲୀ: ଚଳିତ ମାସ ୧୭ରେ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେବ ଏବଂ ଜୁଲାଇ ତୃତୀୟ ସପ୍ତାହରେ ଶେଷ ହେବ। ସଂସଦ କାର୍ଯ୍ୟକୁ ସୁଚାରୁରୂପେ ତୂଲାଇବା ଓ ଅନେକ ଗୁରୁତ୍ବପୂର୍ଣ୍ଣ ବିଲ୍ ଗୁଡ଼ିକୁ ପାରିତ କରାଇବା ନେଇ ଶାସକ ଦଳ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି। ଶାସକ ଦଳ ପକ୍ଷରୁ ଅନେକ ପ୍ରମୁଖ ବିରୋଧୀ ଦଳର ନେତାମାନଙ୍କୁ ଇତିମଧ୍ୟରେ ସାକ୍ଷାତ ମଧ୍ୟ କରାଯାଇଛି ଏବଂ ବଜେଟ୍ ଅଧିବେଶନର ଗୋଟିଏ ଦିନ ପୂର୍ବରୁ ସର୍ବଦଳୀୟ ବୈଠକ ମଧ୍ୟ ଡକାଯାଇଛି। ଅପରପକ୍ଷେ ଆଜି ଲୋକସଭାର ବିଜେଡି ସଂସଦୀୟ ଦଳର ନେତା ପିନାକୀ ମିଶ୍ର କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଓ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘଵାଲଙ୍କୁ ଭେଟି ଗୃହ ପରିଚାଳନାରେ ସହଯୋଗର ଆଶ୍ବାସନା ଦେଇଛନ୍ତି।
ଦୁଇ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିଲେ ପିନାକୀ
/sambad/media/post_attachments/wp-content/uploads/2019/06/pinaki-mishra.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)