‘ଅମ୍ଫାନ’ ପରେ ଗୋଲାପୀମୟ ଦିଶିଲା ରାଜଧାନୀ ଭୁବନେଶ୍ବରର ଆକାଶ ! ଦେଖିଛନ୍ତି କି ଏପରି ଦୃଶ୍ୟ ?
ଭୁବନେଶ୍ବର: ସାମୁଦ୍ରିକ୍ ଝଡ଼ ‘ଅମ୍ଫାନ’ ଓଡ଼ିଶାରେ ଯଦିଓ ବିଶେଷ କ୍ଷୟକ୍ଷତି କରିନାହିଁ ତଥାପି ବାତ୍ୟା ଛାଡ଼ିବା ପରେ ପରେ ଗୋଲାପୀମୟ ହୋଇଥିଲା ରାଜଧାନୀ ଭୁବନେଶ୍ବରର ଆକାଶ। ‘ଅମ୍ଫାନ’ ରାଜ୍ୟରେ ଲ୍ୟାଣ୍ଡ୍ଫଲ୍ କରିବା ପରେ ପରେ ବୁଧବାର ଭୁବନେଶ୍ବରର ଅନେକ ସ୍ଥାନରେ ଏହି କମନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଅନେକ ରାଜଧାନୀ ବାସିନ୍ଦା ନିଜ ନିଜର ଫୋନ୍ରେ ଗୋଲାପୀ ଆକାଶର ଫଟୋ ଉଠାଇ ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି। ଜଣେ ଟ୍ବିଟର୍ ବ୍ୟବହାରକାରୀ ଏହି ଫଟୋ ପୋଷ୍ଟ୍ କରି ଲେଖିଛନ୍ତି ଯେ ‘ଯେତେ ବଡ଼ ବାତ୍ୟା ଆସୁ ପଛେ ମୋ ସହର ତାହାର ଉଦାହରଣ ଯେ ଆମେ ଖୁସିରେ ଖେଳି ଉଠୁ।’ ବାତ୍ୟା ପରେ ରଂଗିନ ଆକାଶ ଦେଖିବା ପରେ ଟ୍ବିଟର୍ ବ୍ୟବହାରକାରୀ ଏପରି ଟ୍ବିଟ୍ କରିଛନ୍ତି।
କେବଳ ‘ଅମ୍ଫାନ’ କାହିଁକି ପୂର୍ବ ବର୍ଷ ‘ବୁଲ୍ବୁଲ୍’ ଛାଡ଼ିବା ପରେ ବି ଓଡ଼ିଶା ଆକାଶରେ ଏହି ପରି ଗୋଲାପୀ ଦୃଶ୍ୟ ସ୍ଥାନେ ସ୍ଥାନେ ଦେଖିବାକୁ ମିଳିଥିଲା। ଦିନେ ନୁହେଁ, ୨୦୧୯ ନଭେମ୍ବର ୮ ଓ ୯ ତାରିଖ ଦୁଇ ଦିନ ଧରି ଓଡ଼ିଶାର ଆକାଶ ରଂଗିନ ହୋଇଥିଲା।
ଓଡ଼ିଶା ଆକାଶ ଦିଶିଥିଲା ଗୋଲାପୀ ଗୋଲାପୀ। କୌଣସି ନିଦ୍ଦିଷ୍ଟ ଅଞ୍ଚଳରେ ନୁହେଁ, ଭୁବନେଶ୍ବରରୁ ନେଇ, କଟକ, କେନ୍ଦ୍ରାପଡ଼ା, ବାଲେଶ୍ବର ଓ ପୁରୀ ଆଦି ସ୍ଥାନର ଆକାଶରେ ସେତେ ଯେପରି କିଏ ରଂଗ ବୁଣି ଦେଇଥିଲା। ସୋସିଆଲ୍ ମିଡିଆରେ ଫଟୋ ପରେ ଫଟୋ ଦେଖିବାକୁ ମିଳିଲା। ଫେସ୍ବୁକ୍ ବ୍ୟବହାରକାରୀମାନେ ଫଟୋ ଦେଇ ଲେଖିଲେ ‘ଆଜି ଆକାଶେ କି ରଂଗ ଲାଗିଲା’।