ଚମକପୁର : ଉଠାଜଳସେଚନ ପ୍ରକଳ୍ପର ପାଇପ୍‌ ଠିକାସଂସ୍ଥା ଫଟାଇ ଦେଇଥିବାରୁ ତିନିବର୍ଷ ହେଲା ଚାଷଜମିକୁ ପାଣି ମାଡ଼ିପାରୁ ନାହିଁ। ଚାଷକାମ ବାଧାପ୍ରାପ୍ତ ହେଉଥିବାରୁ ଚାଷୀ ଅସନ୍ତୋଷ ପ୍ରକାଶ କରିଛନ୍ତି।

Advertisment

ଯୋଡ଼ା ବ୍ଲକ୍‌ ଅଶେଇଁକଳା ପଞ୍ଚାୟତ ପୁଟୁଗାଁ ଗ୍ରାମର ବୈତରଣୀ ନଦୀରୁ ଉଠାଜଳସେଚନ ପ୍ରକଳ୍ପ ସାହାଯ୍ୟରେ ପାଣି ଉଠାଯାଇ ଚାଷଜମିକୁ ଜଳସେଚନ କରାଯାଉଥିଲା। ତିନିବର୍ଷ ତଳେ କାନପୁର ଡ୍ୟାମ୍‌ରୁ ଚାଷଜମିକୁ ଜଳ ଯୋଗାଇବା ପାଇଁ ପାଇପ୍‌ ବିଛାଉଥିବା ମେଘା ଇଂଜିନିୟରିଂ ନାମକ ଏକ ଠିକାସଂସ୍ଥା ଉଠା ଜଳସେଚନ ପ୍ରକଳ୍ପର ପାଇପ୍‌ ଗୁଡ଼ିକୁ ଫଟାଇ ଦେଇଛି। ପୁଟୁଗାଁ ଗ୍ରାମର ୯୦ଜଣ ଚାଷୀକୁ ଚାଷଜମିକୁ ଯାଇଥିବା ୭ଟି ପାଇପ୍‌ ଫଟାଇ ଦିଆଯାଇଥିବାରୁ ଜମିକୁ ପାଣି ପହଞ୍ଚିପାରୁ ନାହିଁ। ଫଳରେ ତିନିବର୍ଷ ହେବ ଖରାଟିଆ ଧାନଚାଷ ହୋଇପାରୁ ନଥିବା ଜିଲ୍ଲାପରିଷଦ ସଦସ୍ୟ ଡମ୍ବରୁଧର କୁଦାଦ‌ାଃ ଅଭିଯୋଗ କରିଛନ୍ତି। ପାଇପ୍‌ ମରାମତି ପାଇଁ ଠିକାସଂସ୍ଥା କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ତୁରନ୍ତ ଉଠା ଜଳସେଚନ ପ୍ରକଳ୍ପ ପାଇପ୍‌ ମରାମତି କରିବାକୁ ଚାଷୀମାନେ ଦାବି କରିଛନ୍ତି।