ପିପିଲି ଉପନିର୍ବାଚନ ସଂପର୍କିତ ମାମଲାର ଶୁଣାଣିରେ ପଡ଼ିଲା ପୂର୍ଣ୍ଣଚ୍ଛେଦ

କଟକ : ହାଇକୋର୍ଟରେ ପିପିଲି ଉପନିର୍ବାଚନ ସଂପର୍କିତ ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପଡିଛି। ଭାରତର ନିର୍ବାଚନ କମିସନ୍ ପିପିଲି ଉପନିର୍ବାଚନ ଘୁଞ୍ଚାଇବାକୁ  ନିଷ୍ପତ୍ତି ନେଇଥିବା ପରିପ୍ରେକ୍ଷୀରେ ଏ ସଂପର୍କିତ ମାମଲାର ଶୁଣାଣିରେ ହାଇକୋର୍ଟ ଅନ୍ତ ଘଟାଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ବରିଷ୍ଠ ଆଇନଜୀବୀ ସୌର୍ଯ୍ୟକାନ୍ତ ପାଢୀଙ୍କ ଜନସ୍ବାର୍ଥ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଜନସାଧାରଣଙ୍କ ସ୍ବାର୍ଥ ଦୃଷ୍ଟିରୁ ଜନ ପ୍ରତିନିଧି ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ପିପିଲି ଉପନିର୍ବାଚନ ସ୍ଥଗିତ ରଖିବାକୁ ଶ୍ରୀ ପାଢୀ ନିର୍ବାଚନ କମିସନଙ୍କ ସମେତ ଅନ୍ୟ କର୍ତ୍ତୃପକ୍ଷଙ୍କୁ ଏପ୍ରିଲ ୧୯ରେ ଲିଖିତ ଭାବେ ଅନୁରୋଧ କରିଥିଲେ। ମଧ୍ୟ ଏହା ଉପରେ କୌଣସି ନିଷ୍ପତ୍ତି ନିଆ ନଯିବାରୁ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏହାର ଫଳାଫଳ ସଂକ୍ରାନ୍ତରେ ଅବଗତ କରିବାକୁ ମେ ୩ରେ ହାଇକୋର୍ଟରେ ନିର୍ବାଚନ କମିସନଙ୍କ ପକ୍ଷରୁ ସମୟ ଲୋଡା ଯାଇଥିଲା। ହାଇକୋର୍ଟ ମେ ୭କୁ ମାମଲାର ଶୁଣାଣି ପାଇଁ ଧାର୍ଯ୍ୟ କରିଥିଲେ।

ଅନ୍ୟପଟେ ସମାଜସେବୀ ନାରାୟଣ ଜେନାଙ୍କ ପକ୍ଷରୁ ମଧ୍ୟ ପିପିଲି ଉପନିର୍ବାଚନ ସ୍ଥଗିତ ରଖିବା ପାଇଁ ଅନ୍ୟ ଏକ ଜନସ୍ବାର୍ଥ ମାମଲା ଦାୟର କରାଯାଇଥିଲା।

ସମ୍ବନ୍ଧିତ ଖବର