ପିପିଲି ଉପନିର୍ବାଚନର ଭୋଟ୍ ଗଣତି: ସପ୍ତମ ରାଉଣ୍ଡରେ ବି ବିଜେଡି ଆଗୁଆ

ପୁରୀ: ପିପିଲି ଉପନିର୍ବାଚନର ଭୋଟ୍ ଗଣତି ଜାରି ରହିଛି। ସପ୍ତମ ରାଉଣ୍ଡରେ ୭୬୩୦ ଖଣ୍ଡ ଭୋଟରେ ବିଜେଡି ଆଗୁଆ ଥିବା ଜଣାଯାଇଛି। ଏହି ରାଉଣ୍ଡରେ ବିଜେଡିକୁ ୨୭୫୧୭, ବିଜେପିକୁ ୧୯୮୮୭ ଓ କଂଗ୍ରେସକୁ ୭୬୩୦ ଖଣ୍ଡ ଭୋଟ୍ ମିଳିଛି।
ସୂଚନାଯୋଗ୍ୟ, ଷଷ୍ଠ ରାଉଣ୍ଡରେ ବିଜେଡି ୬୩୨୪ ଖଣ୍ଡ ଭୋଟରେ ଆଗୁଆ ଥିଲା। ଏହି ରାଉଣ୍ଡରେ ବିଜେଡିକୁ ୨୩୪୬୨, ବିଜେପିକୁ ୧୭୧୩୮ ଓ କଂଗ୍ରେସକୁ ୧୭୮୪ ଖଣ୍ଡ ଭୋଟ୍ ମିଳିଥିଲା।
ପଞ୍ଚମ ରାଉଣ୍ଡରେ ବିଜେଡିକୁ ୨୦୧୨୫, ବିଜେପିକୁ ୧୪୩୩୮ ଓ କଂଗ୍ରେସକୁ ୧୫୪୫ ଖଣ୍ଡ ଭୋଟ୍ ମିଳିଛି। ପିପିଲି ଉପନିର୍ବାଚନର ଭୋଟ୍ ଗଣତିରେ ଚତୁର୍ଥ ରାଉଣ୍ଡରେ ୫୧୪୦ ଖଣ୍ଡ ଭୋଟରେ ଆଗୁଆ ରହିଥିଲା। ଏହି ରାଉଣ୍ଡରେ ବିଜେଡିକୁ ୧୬୯୬୮, ବିଜେପିକୁ ୧୧୮୨୮ ଓ କଂଗ୍ରେସକୁ ୧୩୮୩ ଖଣ୍ଡ ଭୋଟ୍ ମିଳିଥିଲା। ପୂର୍ବରୁ ତୃତୀୟ ରାଉଣ୍ଡରେ ବିଜେଡି ୫୦୪୪ ଖଣ୍ଡ ଭୋଟରେ ଆଗୁଆ ଥିବା ଜଣାଯାଇଥିଲା। ଏହି ରାଉଣ୍ଡରେ ବିଜେଡିକୁ ୧୩୬୧୧, ବିଜେପିକୁ ୮୫୬୭ ଓ କଂଗ୍ରେସକୁ ୧୧୮୦ ଖଣ୍ଡ ଭୋଟ୍ ମିଳିଥିଲା। ବିଜେଡିରୁ ରୁଦ୍ର ପ୍ରତାପ ମହାରଥୀ, ବିଜେପିରୁ ଆଶ୍ରିତ ପଟ୍ଟନାୟକ ଓ କଂଗ୍ରେସରୁ ବିଶ୍ୱକେଶନ ହରିଚନ୍ଦନ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି।
ପିପିଲି ଉପନିର୍ବାଚନ ଭୋଟ୍ ଗଣତି ପୁରୀ ପେଣ୍ଠକଟା ଗଣତି କେନ୍ଦ୍ରରେ ଜାରି ରହିଛି। ଏଥିଲାଗି ସକାଳ ୮ଟାରୁ ପୋଷ୍ଟାଲ ବାଲାଟ ଗଣତି ଆରମ୍ଭ ହୋଇଥିବା ବେଳେ, ୮ଟା ୩୦ରୁ ଇଭିଏମ ଭୋଟ ଗଣତି ଆରମ୍ଭ ହୋଇଥିଲା। ଗୋଟିଏ ହଲରେ ପୋଷ୍ଟାଲ ବାଲଟ୍ ଗଣତି ହୋଇଛି। ଦୁଇଟି ହଲରେ ଇଭିଏମ୍ ବାଲଟ୍ ଗଣତି ଚାଲିଛି। ଇଭିଏମ୍ ପାଇଁ ଗୋଟିଏ ହଲରେ ୭ଟି ଲେଖାଏଁ ଟେବୁଲ୍ ପଡ଼ିଛି। ସେହି ହିସାବରେ ଦୁଇଟି ହଲରେ ୧୪ଟି ଟେବୁଲ ପଡ଼ିଛି। ଭୋଟ୍ ଗଣତି କରିବାକୁ ୬୨ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଗଣତି ଟେବୁଲ୍ ନିକଟରେ ପ୍ରାର୍ଥୀମାନେ ସେମାନଙ୍କ ଏଜେଣ୍ଟ ରହିଛନ୍ତି।

ସମ୍ବନ୍ଧିତ ଖବର