ପୁରୀ: ପିପିଲି ଉପନିର୍ବାଚନର ଭୋଟ୍ ଗଣତି ଜାରି ରହିଛି। ଦଶମ ରାଉଣ୍ଡରେ ବିଜେଡିର ରୁଦ୍ରପ୍ରତାପ ମହାରଥୀ ଆଗୁଆ ଥିବା ଜଣାଯାଇଛି। ତାଙ୍କ ପଛକୁ ରହିଛନ୍ତି ବିଜେପିର ଆଶ୍ରିତ ପଟ୍ଟନାୟକ। ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ ବିଶ୍ବକେଶନ ହରିଚନ୍ଦନ ମହାପାତ୍ର ତାଙ୍କ ତଳକୁ ରହିଛନ୍ତି।
ବିଜେଡି ୧୦୪୫୧ ଖଣ୍ଡ ଭୋଟରେ ଏହି ରାଉଣ୍ଡରେ ଆଗୁଆ ରହିଛି। ଏହି ରାଉଣ୍ଡରେ ବିଜେଡିକୁ ୩୮୫୮୯, ବିଜେପିକୁ ୨୮୧୩୮ ଓ କଂଗ୍ରେସକୁ ୨୪୨୪ ଖଣ୍ଡ ଭୋଟ୍ ମିଳିଛି।
ସୂଚନାଯୋଗ୍ୟ, ପିପିଲି ଉପନିର୍ବାଚନ ଭୋଟ୍ ଗଣତି ପୁରୀ ପେଣ୍ଠକଟା ଗଣତି କେନ୍ଦ୍ରରେ ଜାରି ରହିଛି। ଏଥିଲାଗି ସକାଳ ୮ଟାରୁ ପୋଷ୍ଟାଲ ବାଲାଟ ଗଣତି ଆରମ୍ଭ ହୋଇଥିବା ବେଳେ, ୮ଟା ୩୦ରୁ ଇଭିଏମ ଭୋଟ ଗଣତି ଆରମ୍ଭ ହୋଇଥିଲା। ଗୋଟିଏ ହଲରେ ପୋଷ୍ଟାଲ ବାଲଟ୍ ଗଣତି ହୋଇଛି। ଦୁଇଟି ହଲରେ ଇଭିଏମ୍ ବାଲଟ୍ ଗଣତି ଚାଲିଛି। ଇଭିଏମ୍ ପାଇଁ ଗୋଟିଏ ହଲରେ ୭ଟି ଲେଖାଏଁ ଟେବୁଲ୍ ପଡ଼ିଛି। ସେହି ହିସାବରେ ଦୁଇଟି ହଲରେ ୧୪ଟି ଟେବୁଲ ପଡ଼ିଛି। ଭୋଟ୍ ଗଣତି କରିବାକୁ ୬୨ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଗଣତି ଟେବୁଲ୍ ନିକଟରେ ପ୍ରାର୍ଥୀମାନେ ସେମାନଙ୍କ ଏଜେଣ୍ଟ ରହିଛନ୍ତି।