ମେ’ ୧୩ରେ ପିପିଲି ଉପନିର୍ବାଚନ ପାଇଁ ପଡ଼ିବ ଭୋଟ୍‌, ମେ’ ୧୬ରେ ଭୋଟ୍‌ ଗଣତି ଓ ଫଳାଫଳ

ଭୁବନେଶ୍ବର: ବହୁଚର୍ଚ୍ଚିତ ପିପିଲି ଉପନିର୍ବାଚନ ପାଇଁ ସାନି ତାରିଖ ଘୋଷଣା ହୋଇଛି। ନୂଆ ଘୋଷଣା ଅନୁସାରେ ଆସନ୍ତା ମେ’ ୧୩ରେ ଉପନିର୍ବାଚନ ପାଇଁ ମତଦାନ ହେବ। ମେ’ ୧୬ରେ ହେବ ଭୋଟ ଗଣତି ଓ ଫଳାଫଳ ପ୍ରକାଶ ପାଇବ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

ଉପନିର୍ବାଚନ ପାଇଁ ୨୦୨୧ ଏପ୍ରିଲ ୧୯ ତାରିଖରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ। ୧୯ରୁ ୨୬ ତାରିଖ ମଧ୍ୟରେ ନାମାଙ୍କନ ପତ୍ର ଦାଖଲ ହେବ। ୨୭ ତାରିଖରେ ପ୍ରାର୍ଥୀପତ୍ର ଯାଂଚ କରାଯିବ ଏବଂ ୨୯ତାରିଖରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରାଯାଇ ପାରିବ। ଉଲ୍ଲେଖଯୋଗ୍ୟ, କେବଳ କଂଗ୍ରେସ ପ୍ରାର୍ଥୀ ହିଁ ଏହି ଏହି ଅବସରରେ ନାମାଙ୍କନ ପତ୍ର ଦାଖଲ କରିବେ।

ସୂଚନାଯୋଗ୍ୟ, ପିପିଲି ଉପନିର୍ବାଚନ ପାଇଁ ଏପ୍ରିଲ ୧୭ ତାରିଖରେ ମତଦାନ ଥିଲା। ଏହି ଉପନିର୍ବାଚନ ପାଇଁ ପ୍ରାର୍ଥୀମାନେ ଜୋରଦାର ପ୍ରଚାର କରିଥିଲେ। କିନ୍ତୁ ମତଦାନର ୩ ଦିନ ପୂର୍ବରୁ ଗତ ୧୪ ତାରିଖରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ଉପନିର୍ବାଚନ ସ୍ଥଗିତ ରଖାଯାଇଥିଲା। ଏବେ ଏହି ଉପନିର୍ବାଚନ ପାଇଁ କେବଳ ନୂଆ କଂଗ୍ରେସର ପ୍ରାର୍ଥୀ ହିଁ ନାମାଙ୍କନ ଦାଖଲ କରିପାରିବେ।

ସମ୍ବନ୍ଧିତ ଖବର