ପିପିଲି ଉପନିର୍ବାଚନ : ସମଗ୍ର ପୁରୀ ଜିଲ୍ଲାରେ ଆଦର୍ଶ ଆଚରଣବିଧି ଲାଗୁ

ଭୁବନେଶ୍ବର  : କୋଭିଡ୍ ମହାମାରୀ ପାଇଁ ସ୍ଥଗିତ ଥିବା ପିପିଲି ବିଧାନସଭା ଉପ-ନିର୍ବାଚନ ପାଇଁ ଭାରତର ନିର୍ବାଚନ କମିଶନ ଗତ ୪ ତାରିଖରେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଏହି ଘୋଷଣା ସହ ଗତ ୪ ତାରିଖଠାରୁ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ଆଦର୍ଶ ଆଚରଣବିଧି ଲାଗୁ ହୋଇଛି । ସମସ୍ତ ରାଜନୈତିକ ଦଳ, ନିର୍ବାଚନରେ ଅଂଶଗ୍ରହଣ କରିଥିବା ପ୍ରାର୍ଥୀ ଓ ସମଗ୍ର ପୁରୀ ଜିଲ୍ଲାରେ ଆଦର୍ଶ ଆଚରଣବିଧି ଲାଗୁ ହୋଇଛି ।

ନିର୍ବାଚନ ଆୟୋଗଙ୍କ ବିଜ୍ଞପ୍ତି ଅନୁସାରେ ଆସନ୍ତା ୩୦ ତାରିଖରେ ଭୋଟ ଗ୍ରହଣ, ୩ ଅକ୍ଟୋବରରେ ଗଣତି ହୋଇ ଅକ୍ଟୋବର ୫ ତାରିଖ ଦିନ ନିର୍ବାଚନ ପ୍ରକ୍ରିୟା ସଂପନ୍ନ ହେବ । ଏଣୁ ଅକ୍ଟୋବର ୫ ପର୍ଯ୍ୟନ୍ତ ଆଦର୍ଶ ଆଚରଣବିଧି ଲାଗୁ ହେବ ।

ସମ୍ବନ୍ଧିତ ଖବର