ପିପିଲି ଗଣଦୁଷ୍କର୍ମକୁ ପୂରିଲା ୭ ବର୍ଷ : ତଥାପି ତଦନ୍ତ ରିପୋର୍ଟ ସାର୍ବଜନୀନ ହେଲା ନାହିଁ – କ˚ଗ୍ରେସ

ଭୁବନେଶ୍ବର : ପିପିଲିରେ ସଂଘଟିତ ଗଣଦୁଷ୍କର୍ମ ଘଟଣାର ୭ ବର୍ଷ ପୂରିଲାଣି। ୨୦୧୧ ନଭେମ୍ବର ୨୯ ତାରିଖରେ ଅର୍ଥାତ୍‌ ସାତବର୍ଷ ତଳେ ପିପିଲି ଥାନା ଅନ୍ତର୍ଗତ ଅର୍ଜୁନଗୋଦା ଗ୍ରାମର ବବିନା ବେହେରାଙ୍କ ସହିତ ଗଣଦୁଷ୍କର୍ମ ହୋଇଥିଲା। ଏପରି କି ୨୦୧୬ ମାର୍ଚ୍ଚ ୩୦ ତାରିଖରେ ଘଟଣାର ତଦନ୍ତ କରୁଥିବା ଜଷ୍ଟିସ୍‌ ପି.କେ. ମହାନ୍ତି କମିସନ ଚୂଡାନ୍ତ ତଦନ୍ତ ରିପୋର୍ଟ ଦାଖଲ କରିଥିଲେ। ଆଜିସୁଦ୍ଧ‌ା ଘଟଣାର ତଦନ୍ତ ରିପୋର୍ଟ ସାର୍ବଜନୀନ ହୋଇପାରି ନାହିଁ। ଏଥିରୁ ସ୍ପଷ୍ଟ ଯେ ମୁଖା ଖୋଲିଯିବା ଭୟରେ ଗୃହ ବିଭାଗର ମୁଖ୍ୟ ହିସାବରେ ମୁଖ୍ୟମନ୍ତ୍ରୀଙ୍କ ଇସାରାରେ ରିପୋର୍ଟକୁ ଚାପି ରଖାଯାଇଛି ବୋଲି କ˚ଗ୍ରେସ ମିଡିଆ ବିଭାଗ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ଅଭିଯୋଗ କରିଛନ୍ତି। ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମିଡିଆ ବିଭାଗ ଅଧ୍ୟକ୍ଷ ଶ୍ରୀ ନାୟକ ଏହି ପ୍ରସଙ୍ଗ ଉଠାଇଥିଲେ। ଏ ସଂକ୍ରାନ୍ତରେ ସୂଚନା ଦେଇ ସେ କହିଲେ, ଜଷ୍ଟିସ୍‌ ପି.କେ ମହାନ୍ତି କମିସନ ଏହି ଘଟଣାର ତଦନ୍ତ ପାଇଁ ପାଖାପାଖି ୪ ବର୍ଷ ସମୟ ନେଇଥିଲେ। ୨୦୧୬ ମାର୍ଚ୍ଚ ୩୦ ତାରିଖରେ ପ୍ରାୟ ୪୦୦ ପୃଷ୍ଠା ବିଶିଷ୍ଟ ଏକ ରିପୋର୍ଟ ଗୃହ ସଚିବଙ୍କୁ ପ୍ରଦାନ କରିଥିଲେ। ଯଦି ଦଳିତ ଓ ମହିଳାଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କର ଦରଦ ଥାଏ, ତେବେ ଜଷ୍ଟିସ୍‌ ପି.କେ. ମହାନ୍ତି କମିସନଙ୍କ ରିପୋର୍ଟକୁ ତୁରନ୍ତ ସାର୍ବଜନୀନ କରି କାର୍ଯ୍ୟକାରୀ କରିବା ସହିତ ଏହାର ବିଚାରକୁ ତ୍ବରାନ୍ବିତ କରି ନ୍ୟାୟ ପ୍ରଦାନ ପାଇଁ ପଦକ୍ଷେପ ନେବାକୁ କଂଗ୍ରେସ ଦଳ ପକ୍ଷରୁ ଦାବି କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମୁଖପାତ୍ର ନିଶିକାନ୍ତ ମିଶ୍ର, ମନୋଜ ମହାପାତ୍ର, ହିମା˚ଶୁ ଲେଙ୍କା, ପ୍ରଶାନ୍ତ ଶତପଥୀ ଓ ଦୀପକ ମହାପାତ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର