କଟକ : ବହୁଚର୍ଚ୍ଚିତ ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ନିମ୍ନ ଅଦାଲତ ରାୟକୁ ଚାଲେଞ୍ଜ କରି କ୍ରାଇମବ୍ରାଞ୍ଚ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ମାମଲାର ରାୟ ପ୍ରକାଶ କରି ଖୋର୍ଦ୍ଧା ଅତିରିକ୍ତ ଦୌରା ଜଜ୍ ଅଦାଲତ ଦୁଇ ଅଭିଯୁକ୍ତ ସୁକାନ୍ତ ପ୍ରଧାନ ଓରଫ୍ ଆବୁ ଓ ପ୍ରଶାନ୍ତ ପ୍ରଧାନଙ୍କୁ ଉପଯୁକ୍ତ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ଏହି ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଶୁଣାଣି ସମୟରେ ରହିଛି ତେଣୁ ଅଭିଯୁକ୍ତଙ୍କୁ ଦଣ୍ଡିତ କରାଯିବା ଆବଶ୍ୟକ ଦର୍ଶାଇ ହାଇକୋର୍ଟରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଆବେଦନ କରାଯାଇଛି।
ଉଲ୍ଲେଖଯୋଗ୍ୟ ଯେ, ୨୦୧୧, ନଭେମ୍ବର ୨୯ରେ ପିପିଲି ଥାନା ଅର୍ଜୁନଗୋଦା ଅଞ୍ଚଳରେ ବବିନା ବେହେରାଙ୍କୁ ବିଲ ମଝିରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। କ୍ରାଇମ୍ବ୍ରାଞ୍ଚ ୨୦୧୨ ଜାନୁଆରି ୯ ତାରିଖରେ ମାମଲା (କେସ୍ ନ˚୧୦) ରୁଜୁ କରି ୧୦ ତାରିଖରୁ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ ପରେ ଅଦାଲତରେ ଶୁଣାଣି ଆରମ୍ଭ ହୋଇଥିଲା। ୨୦୧୮, ଡିସେମ୍ବର ୨୪ରେ ଖୋର୍ଦ୍ଧା ଅତିରିକ୍ତ ଦୌରା ଜଜ୍ ଅଦାଲତ ମାମଲାର ରାୟ ପ୍ରକାଶ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/01/Orissa-High-Court-1.jpg)