ପିପିଲି ଉପନିର୍ବାଚନ ପାଇଁ ସିଇଓଙ୍କ ସାମ୍ବାଦିକ ସମ୍ମିଳନୀ; ପ୍ରଚାର ବେଳେ ପ୍ରାର୍ଥୀଙ୍କ ସହ ରହିବେ ମାତ୍ର ୫ଜଣ

୮୦ ବର୍ଷରୁ ଅଧିକ, ଦିବ୍ୟାଙ୍ଗ ଓ କରୋନା ସଂକ୍ରମିତଙ୍କ ପାଇଁ କରାଯିବ ପୋଷ୍ଟାଲ ବାଲାଟ୍ ବ୍ୟବସ୍ଥା

ଭୁବନେଶ୍ବର: ପିପିଲିରେ ଏପ୍ରିଲ ୧୭ରେ ପଡ଼ିବ ଭୋଟ୍, କେମିତି ହେବ ନିର୍ବାଚନ? କ’ଣ ରହିବ ଗାଇଡଲାଇନ୍? ଏ ନେଇ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ । ତେବେ ନାମାଙ୍କନ ବେଳେ ପ୍ରାର୍ଥୀଙ୍କ ସହ ମାତ୍ର ଦୁଇଟି ଗାଡ଼ିକୁ ଅନୁମତି ଦିଆଯାଇଛି । ଘର ଘର ବୁଲି ପ୍ରଚାର କରିବା ବେଳେ ପ୍ରାର୍ଥୀଙ୍କ ସହ ମାତ୍ର ୫ ଜଣ ରହିପାରିବେ ।

ସବୁଠାରୁ ବଡ଼କଥା ହେଲା, ୮୦ ବର୍ଷରୁ ଅଧିକ, ଦିବ୍ୟାଙ୍ଗ ଓ କରୋନା ସଂକ୍ରମିତଙ୍କ ପାଇଁ  ପୋଷ୍ଟାଲ ବାଲାଟ୍ ବ୍ୟବସ୍ଥା କରାଯାଇଛି । ଏବେଠୁ ପୋଷ୍ଟାଲ ଭୋଟ୍ ପାଇଁ ଆବେଦନ କରିପାରିବେ ଭୋଟର । ନିର୍ବାଚନରେ ସଂଶ୍ଳିଷ୍ଟ ଥିବା ସମସ୍ତ କର୍ମଚାରୀଙ୍କୁ ସମ୍ମୁଖ ଯୋଦ୍ଧା ଭାବେ ବିବେଚନା କରାଯିବ ।

ଆଉ ନୂଆ ଗାଇଡଲାଇନ ଅନୁଯାୟୀ,ସମସ୍ତଙ୍କୁ ଠିକ୍ ସମୟରେ ଟିକାକରଣ ମଧ୍ୟ କରାଯିବ । ପ୍ରଚାର ବେଳେ ବେଶି ସଂଖ୍ୟାରେ ଗାଡ଼ି ବ୍ୟବହାର କରିପାରିବେ କିନ୍ତୁ ମାସ୍କ, ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ ରହିବ । ପୂର୍ବ ଉପନିର୍ବାଚନ ଭଳି ସାମାଜିକ ଦୂରତା, କରୋନା ନିୟମ ପାଳନ ହେବ ବୋଲି କହିଛନ୍ତି ସିଇଓ ।

ସମ୍ବନ୍ଧିତ ଖବର