ନଦୀରେ ଗାଧୋଉଥିବା ବେଳେ ଭାସିଗଲେ ଯୁବକ, ଉଦ୍ଧାର କାର୍ଯ୍ୟ ଜାରି

ପିପିଲି: ପୁରୀ ଜିଲ୍ଲାର ପିପିଲି ବ୍ଲକ ଅନ୍ତର୍ଗତ କାକୁଡ଼ିଆ ଗ୍ରାମର କ୍ଷତିଶ କୁମାର ଦାଶ (୩୭) ଗତ ଶନିବାର ସନ୍ଧ୍ୟାରେ  କାକୁଡ଼ିଆ ଦୟାନଦୀର ଏକ ନଦୀ ତୁଠରେ ଗାଧୋଉଥିବା ବେଳେ ପ୍ରଖର ସ୍ରୋତରେ ଭାସି ଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

ପିପିଲିରୁ ଦମକଳ କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଅଦ୍ୟାବଧି ଉକ୍ତ ଯୁବକଙ୍କର ପତା ମିଳି ନାହିଁ । ଉକ୍ତ ନଦୀ ବନ୍ଧରେ ତାଙ୍କର ବାଇକ ଓ ଗାଧୋଉଥିବା ନଦୀ ତୁଠରେ ତାଙ୍କର ଦୁଇଟି ଗାମୁଛା ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ପରିବାରକୁ ଖବର ଦେଇଥିଲେ ।

ସମ୍ବନ୍ଧିତ ଖବର