ପିପିଲି ଟୋଲଗେଟ୍‌ ଫି ବଢ଼ିଲା

ପିପିଲି : ପିପିଲି ଟୋଲଗେଟ୍‌ରେ ଫି ବଢ଼ିଛି। ନୂଆଦରରେ ଗତ ମଧ୍ୟ ରାତ୍ରୀରୁ ଫି ଆଦାୟ ଅରମ୍ଭ ହୋଇଛି। ଟୋଲ୍ ପ୍ରାୟ ୫ ପ୍ରତିଶତ ବଢ଼ିଥିବା ସୂଚନା ଜଣାପଡ଼ିଛି। କାର୍‌, ଜିପ୍‌, ଭ୍ୟାନ୍‌ ପରି ହାଲୁକା ଯାନର ଏକତରଫା ଯିବା ପାଇଁ ୧୩୫ଟଙ୍କା ଓ ୨୪ଘଣ୍ଟା ମଧ୍ୟରେ ଫେରିଲେ ୬୫ ଟଙ୍କା ଅର୍ଥାତ ମୋଟ ୨ଶହ ଟଙ୍କା ଦର ଧାର୍ଯ୍ୟ ହୋଇଛି। ହାଲୁକା ମାଲ୍‌ବାହୀ ଯାନ ପାଇଁ ଏକତରଫା ଯିବା ପାଇଁ ୨୧୫ ଟଙ୍କା ଓ ୨୪ ଘଣ୍ଟା ମଧ୍ୟରେ ଯା’ଆସ ପାଇଁ ମୋଟ ୩୧୫ ଟଙ୍କା ଦେବାକୁ ପଡ଼ିବ।

ସେହିଭଳି ଦୁଇ ଆକ୍ସିଲ ବିଶିଷ୍ଟ ବସ୍‌ କିମ୍ବା ଟ୍ରକ୍‌ର ଏକତରଫା ପ୍ରସ୍ଥାନ ପାଇଁ ୪୩୦ଟଙ୍କା ଓ ୨୪ ଘଣ୍ଟା ମଧ୍ୟରେ ଫେରିଲେ ମୋଟ ୬୪୫ ଟଙ୍କା ଦେବାକୁ ପଡ଼ିବ। ସେହିପରି ଟୋଲ୍‌ପ୍ଲାଜାର ୨୦ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟର ବାସିନ୍ଦାମାନଙ୍କ ମାସିକିଆ ପାସ୍‌ ଫି ୩୧୫ ଟଙ୍କା ଥିବାବେଳେ ଏବେ ବୃଦ୍ଧି ପାଇ ୩୩୦ ଟଙ୍କା ହୋଇଛି।

ସମ୍ବନ୍ଧିତ ଖବର