ଜୟପୁର: ଗତ ୬ତାରିଖରୁ ଆରମ୍ଭ ହୋଇଥିବା କୋରାପୁଟ କଳା ଓ କଳାକାରଙ୍କ ପକ୍ଷରୁ ଦଶହରାପଡିଆରେ ଆୟୋଜିତ ପୁଷପୁନି-୨୦୨୩ ଆଜି ଉଦଯାପିତ ହୋଇଯାଇଛି। ଏହି ଅବସରରେ ସମ୍ବର୍ଦ୍ଧନା ସଭାରେ ଆବାହକ ଧିରେନ୍ ମୋହନ ପଟ୍ଟନାୟକଙ୍କ ସଭାପତିତ୍ବରେ ଅତିଥି ଭାବେ ଜୟପୁର ପୁଲିସ ଏସଡିପିଓ ହରିଶ ବି.ସି,  ପୌର ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ, ଉପଖଣ୍ଡ କ୍ରୀଡା ସଂପାଦକ ରବି ନାୟକ, ସମାଜସେବୀ ତଥା କଳାକାର ବ‌ିନୋଦିନୀ ସାନ୍ତ୍ରାପାତ୍ର  ଯୋଗ ଦେଇଥିଲେ।

Advertisment

publive-image

ଦିବଙ୍ଗତ କଳାକାରଙ୍କୁ ସମ୍ବର୍ଦ୍ଦିତ କରାଯାଇଥିଲା।  ଗତ ୬ତାରିଖ ଉଦଘାଟନୀ ଉତ୍ସବ ଶୋଭାଯାତ୍ରାରେ ବିଭିନ୍ନ ବେଶ ପକାଇ ଭାଗ ନେଇଥିବା ସମସ୍ତ କଳାକାରଙ୍କୁ ପୁଷପୁନି-୨୦୨୩ ସ୍ମୃତି ଚିହ୍ନ ପ୍ରଦାନ କରାଯାଇଥିଲା। ଆବାହକ ଶ୍ରୀ ପଟ୍ଟନାୟକ, ପରିଚାଳନାରେ ପ୍ରମୁଖ ସହଯୋଗ କରିଥିବା ରବିନାୟକଙ୍କ ସହ ଅନ୍ୟ ମାନଙ୍କୁ ମଧ୍ୟ ସ୍ବତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ସ୍ବର ଘୁଙ୍ଗୁର ଅନୁଷ୍ଠାନର କଳାକାର ମାନେ ଆଦିବାସୀ ସଂଗୀତ ପରିବେଷଣ କରି କଳାକାର ଓ ଦର୍ଶକଙ୍କୁ ମତୁଆଲା କରି ନଚେଇଥିଲେ। ତା ସହ ଜୟପୁର କଳାକେନ୍ଦ୍ର , ମୀରାଡ୍ୟାନ୍ସ ସ୍କୁଲ, ଧାଙ୍ଗିଡି ସାହି ନୃତ୍ୟ ଦଳ ଦେଶିଆ ନୃତ୍ୟ ପ୍ରଦର୍ଶନ କରିଥିଲେ। ରାମଗୋପାଲ ଓ ଏଲପି ଚକ୍ର ହାସ୍ୟ ଅଭିନୟ ପରିବେଷଣ କରିଥିଲେ। ଶେଷ ଦିନରେ କଳାକାର, ଦର୍ଶକ ଦେଶୀଆ ସଂଗୀତରେ ନାଚ କରିବା ସହ ହାସ୍ୟ ଅଭିନେତାରେ ଅଭିନୟରେ ହସି ହସି ବେଦମ୍ ହୋଇଥିଲେ। ମଂଚକୁ ମନୋଜ ପାତ୍ର, ଅଶୋକ ମହାରାଣା ସଂଯୋଜନା କରିଥିବା ବେଳେ କେଏଫଡିସିର ସଭାପତି ରବିନ୍ଦ୍ର କୁମାର ପାତ୍ର, ସଂପାଦକ ଅମର ମିଶ୍ର, ବରିଷ୍ଠ କଳାକାର କମଳାକାନ୍ତ ରଥ, ରବି ପାତ୍ର , କାର୍ତ୍ତିକ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।