ଭୁବନେଶ୍ବର : ବିଜେଡିରୁ ଇସ୍ତଫା ଦେଇଥିବା ୫ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ କରାଯିବାକୁ ବିଜେପି ସମାଲୋଚନା କରିଛି। ଦଳର ଉପସଭାପତି ତଥା ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ କହିଛନ୍ତି, ସରକାରୀ ଦଳର ମୁଖ୍ୟ ସଚେତକ ଅମର ଶତପଥୀଙ୍କ ପିଟିସନ୍ ଆଧାରରେ ରାତି ଅଧିଆ ଭାବେ ବାଚସ୍ପତି ଯେପରି ନିଷ୍ପତ୍ତି ନେଲେ, ତାହା ବିଜେଡିର ଭୟକୁ ପରିପ୍ରକାଶ କରୁଛି। ନିର୍ବାଚନ ପରାଜୟ ଭୟରେ ବିଜେଡି ଭୋକ ବିକଳରେ ତାଟିଆ କାମୁଡ଼ୁଛି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଇସାରାରେ ବାଚସ୍ପତି ପ୍ରଦୀପ ଅମାତ ତାଙ୍କ ପଦବିର ଅପବ୍ୟବହାର କରୁଛନ୍ତି।
ବାଚସ୍ପତିଙ୍କୁ ଘେରିଲା ବିଜେପି
/sambad/media/post_attachments/wp-content/uploads/2019/03/Pitambara-Acharya.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)