ଓଡ଼ିଶାରେ ପୁଞ୍ଜି ବାଧାପ୍ରାପ୍ତ ହୋଇପାରେ ବୋଲି ସତର୍କ କରାଇ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଚିଠି ଲେଖିଲେ କେନ୍ଦ୍ର କୋଇଲା ମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ର ସରକାର ଏମସିଏଲରେ କୋଇଲା ଉତ୍ପାଦନ କମିଥିବା ନେଇ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି। ଏନେଇ କୋଇଲା ମନ୍ତ୍ରୀ ପିୟୂଷ ଗୋଏଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ପିୟୂଷ କହିଛନ୍ତି ଯେ ବିରୋଧ କରୁଥିବା ଗୋଷ୍ଠୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଯୋଗୁଁ ରାଜ୍ୟକୁ ୮୯୨ କୋଟି ଟଙ୍କାର କ୍ଷତି ହୋଇଛି।ହାସହ ରାଜ୍ୟରେ ପୁଂଜିନିବେଶ କମିବ ବୋଲି ରାଜ୍ୟ ସରକାରଙ୍କୁ ସତର୍କ କରାଇ ଦେଇଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ ପିୟୂଷ ଗୋଏଲ।

ଦେଶର ଶକ୍ତି ଆବଶ୍ୟକତାକୁ ପୂରଣ କରିବାକୁ ୨୦୨୦ ସୁଦ୍ଧା ୧ ବିଲିୟନ ଟନ କୋଇଲା ଉତ୍ପାଦନର ଲକ୍ଷ୍ୟ ରଖାଯାଇଛି। ଏହି ଲକ୍ଷ୍ୟ ହାସଲ ପାଇଁ କାମ କଲା ବେଳେ ବିରୋଧ ଯୋଗୁଁ ବାରମ୍ବାର ଏମସିଏଲର ମାଇନିଂ କାମ ବନ୍ଦ ହେଉଛି। ଏହି ବାଧା ପାଇଁ ସରକାରୀ ଜମିକୁ ମଧ୍ୟ କୋଇଲା ଖନନ ଓ ଆନୁଷଙ୍ଗିକ କାର୍ଯ୍ୟରେ ବ୍ୟବହାର ପାଇଁ ପ୍ରଦାନରେ ବିଳମ୍ବ ଘଟୁଥିବା ଚିଠିରେ ଉଲ୍ଲେଖ କରିଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ।

ସମ୍ବନ୍ଧିତ ଖବର