ସମ୍ବଲପୁର ପଟ୍ଟନାୟକ ପଡ଼ାରୁ ପିଏମ୍‌ଓ : ପ୍ରମୋଦଙ୍କ ଜୟଯାତ୍ରା

ସମ୍ବଲପୁର (ଜ୍ଞାନରଞ୍ଜନ ମିଶ୍ର) : ଆଜି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଓଡ଼ିଆ ଆଇଏଏସ୍‌ ଅଧିକାରୀ ଡ଼.ପ୍ରମୋଦ କୁମାର ମିଶ୍ର । ଏଥିପୂର୍ବରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଅତିରିକ୍ତ ପ୍ରମୁଖ ସଚିବ ଭାବେ ସଫଳତାର ସହ କାର୍ଯ୍ୟ କରିଥିଲେ। ଗୁଜୁରାଟ କ୍ୟାଡରର ଏହି ବରିଷ୍ଠ ଓଡ଼ିଆ ପ୍ରଶାସନିକ ଅଧିକାରୀ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଜଣେ ବିଶାରଦ ଭାବେ ଦେଶବିଦେଶରେ ଜଣାଶୁଣା। ସଂପ୍ରତି ତାଙ୍କୁ ଜାତିସଂଘର ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟାଳୟ (ୟୁଏନଡିଆରଆର) ପକ୍ଷରୁ ସମ୍ମାନଜନକ ସାସାକାୱା ପୁରସ୍କାର ୨୦୧୯ରେ  ପ୍ରଦାନ କରାଯାଇଛି ।

ଡ଼.ମିଶ୍ରଙ୍କ ଘର ସମ୍ବଲପୁର ସହରର ପଟ୍ଟନାୟକ ପଡ଼ାରେ । ତାଙ୍କର ପ୍ରାଥମିକ ଶିକ୍ଷା ଆରମ୍ଭ ହୋଇଥିଲା ଘର ପାଖ ପଟ୍ଟନାୟକ ପଡ଼ା ୟୁପି ସ୍କୁଲରେ । ଏହା ପରେ ଷଷ୍ଠ ଶ୍ରେଣୀରୁ ମାଟ୍ରିକ ପର୍ଯ୍ୟନ୍ତ ସେ  ପଢ଼ିଥିଲେ  ସମ୍ବଲପୁର ଜିଲ୍ଲା ସ୍କୁଲରେ । ପରେ ସ୍ଥାନୀୟ ଗଙ୍ଗାଧର ମେହେର କଲେଜରେ ନାମ ଲେଖାଇ ଥିଲେ ଯୁବ ଛାତ୍ର ପ୍ରମୋଦ । ଗଙ୍ଗାଧର ମେହେର କଲେଜରୁ କୃତିତ୍ବର ସହ ଅର୍ଥନୀତିରୁ ସ୍ନାତକ ହାସଲ କରିଥିଲେ । ସେ ଥିଲେ ଜଣେ ସୁବକ୍ତା । ବିଭିନ୍ନ ସାଂପ୍ରତିକ ପ୍ରସଙ୍ଗ ଉପରେ ବକ୍ତବ୍ୟ ରଖିବାରେ ଥିଲେ ପାରଙ୍ଗମ । ତାଙ୍କ ଉଦ୍ୟମରେ ସେ ସମୟରେ ଗଙ୍ଗାଧର ମେହେର କଲେଜରେ ଡିବେଟିଂ ସୋସାଇଟି ଆରମ୍ଭ ହୋଇଥିଲା ।

ସ୍ନାତକ ହେବା ପରେ କୃତି ଛାତ୍ର ପ୍ରମୋଦ କୁମାର ଉଚ୍ଚ ଶିକ୍ଷା ଲାଗି ଦିଲ୍ଲୀ ଯାତ୍ରା କରିଥିଲେ । ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକୋତ୍ତର କରିବା ସହ ଆଇଏଏସ୍‌ ପରୀକ୍ଷା ଦେବା ଲାଗି ପ୍ରସ୍ତୁତି କରିଥିଲେ । ତାଙ୍କର ମେଧା ଓ ପରିଶ୍ରମ ବଳରେ ସେ ୧୯୭୨ ମସିହାରେ ଆଇଏଏସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଗୁଜୁରାଟ କ୍ୟାଡର ଅଧିକାରୀ ଭାବେ ଚାକିରିରେ ଯୋଗଦାନ କରିଥିଲେ ।

PK Sinha has been appointed Principal Secretary to Prime Minister Narendra Modi. Sinha, who holds a PhD in economics, took over his new assignment on Wednesday
hindustantimes.com

ଗୁଜୁରାଟରେ କାର୍ଯ୍ୟରତ ଥିବା ସମୟରେ କିଛି କାଳ ଲାଗି ସେ ଓଡ଼ିଶାରେ ଅବସ୍ଥାପିତ ହୋଇଥିଲେ । ଅଶୀ ଦଶକରେ ରେଙ୍ଗାଳି ପ୍ରକଳ୍ପର ପୁର୍ନବାସ ଅଧିକାରୀ ଭାବେ ସେ ଯୋଗ ଦେଇଥିଲେ । ଏହି ସମୟରେ ରେଙ୍ଗାଳି ନଦୀବନ୍ଧ ପ୍ରକଳ୍ପ ଯୋଗୁଁ ବିସ୍ଥାପିତ ହୋଇଥିବା ସ୍ଥାନୀୟ ଅଧିବାସୀଙ୍କ ଥଇଥାନ ଲାଗି ଉଲ୍ଲେଖଯୋଗ୍ୟ କାର୍ଯ୍ୟ କରିଥିଲେ । ସେହିପରି ସମ୍ବଲପୁରଠାରେ ଆଇଆଇଏମ୍‌ ସ୍ଥାପନ ହେବାରେ ମଧ୍ୟ ତାଙ୍କର ପ୍ରମୁଖ ଭୂମିକା ରହିଥିବା ଦେଖାଯାଏ ।

ଚାକିରି କାଳରେ ଅଧିକାଂଶ ସମୟ ଓଡ଼ିଶା ବାହାରେ କଟାଇଥିଲେ ମଧ୍ୟ ଡ଼. ମିଶ୍ର ଜନ୍ମମାଟି ସମ୍ବଲପୁର ସହ ଅନ୍ତରଙ୍ଗ ସଂପର୍କ ରଖିଛନ୍ତି । ପୂଜାପର୍ବରେ ସେ ପ୍ରାୟତଃ ସମ୍ବଲପୁର ଆସିଥାନ୍ତି। ଏହି ସମୟରେ ପରିବାରବର୍ଗ ଓ ବନ୍ଧୁମାନଙ୍କ ସହ ସମୟ ଅତିବାହିତ କରିଥାଆନ୍ତି । କେବଳ ସେତିକି ନୁହେଁ, ଏବେ ବି ସେ ସମ୍ବଲପୁର ଜିଲ୍ଲା ସ୍କୁଲର ପୁରାତନ ଛାତ୍ର ସଂସଦର ସଭ୍ୟ ରହିଛନ୍ତି।

ସମ୍ବନ୍ଧିତ ଖବର