ପୁରୀ ରଥଯାତ୍ରା ପାଇଁ ମୋହନ ସରକାରଙ୍କ ବ୍ୟାପକ ବ୍ୟବସ୍ଥା

ପୁରୀ: ରଥଯାତ୍ରା ପାଇଁ ରାଜ୍ୟ ସରକାରଙ୍କ ଆକ୍ସନ ପ୍ଲାନ । ପୁରୀ ମୁଖ୍ୟ ଚିକିତ୍ସାଳୟରେ ୧୦୦ ହିଟ୍ ଷ୍ଟ୍ରୋକ ୟୁନିଟ ପାଇଁ ବ୍ୟବସ୍ଥା । ସରକାରୀ ଓ ସେବା ମନୋଭାବ ନେଇ ଆସୁଥିବା ଅତିରିକ୍ତ ୧୭୯ ଡାକ୍ତରଙ୍କୁ ଦାୟିତ୍ଵ । ୨ ଅତ୍ୟାଧୁନିକ ଏଏଲଏସ ଆମ୍ବୁଲାନ୍ସ ସହିତ ମହଜୁଦ ରହିବ ସରକାରଙ୍କ ତରଫରୁ ୩୦ ଆମ୍ବୁଲାନ୍ସ ଓ ଏନଜିଓ ଯୋଗାଇ ଦେବେ ଅନ୍ୟ ୩୦ ଗୋଟି ଆମ୍ବୁଲାନ୍ସ । ସରକାରଙ୍କ ପକ୍ଷରୁ ୩୫ ଟି ପ୍ରାଥମିକ ଚିକିତ୍ସା କେନ୍ଦ୍ର ପ୍ରସ୍ତୁତ ରହିବା ସହିତ ଏନଜିଓ ତରଫରୁ ୨୫ଟି ପ୍ରାଥମିକ ଚିକିତ୍ସା କେନ୍ଦ୍ର ପ୍ରସ୍ତୁତ ରହିବ ।ସେଇଭଳି ୭ଟି ଫୁଡ୍ ସେଫଟି ଯାଞ୍ଚ ଟିମ୍ ପୁରୀରେ ମହଜୁଦ ରହିବେ । ୨୦୦ ୟୁନିଟ ରକ୍ତ , ରକ୍ତ ଭଣ୍ଡାରରେ ମହଜୁଦ ରହିବ । ୪୨ଟି ଅତିରିକ୍ତ ପାଣି ଟାଙ୍କି ମହଜୁଦ ରହିବା ସହ ୨୦ ଲକ୍ଷ ପାଣି ବୋତଲ ଭକ୍ତଙ୍କୁ ବଣ୍ଟନ ପାଇଁ ରଖାଯାଇଛି । ବିଭିନ୍ନ ସ୍ଥାନରେ ଥିବା ୧୬୫ ଡ୍ରିଙ୍କ ଫ୍ରମ୍ ଟ୍ୟାପକୁ ଫର୍ମେସନ କରିବା ପାଇଁ ନିଆଯାଇଛି ନିଷ୍ପତ୍ତି । ଭିଡକୁ ଦୃଷ୍ଟିରେ ରଖି ଭକ୍ତଙ୍କୁ ଜଳ ସିଞ୍ଚନ ପାଇଁ ୩୦ଟି ହ୍ୟାଣ୍ଡ ସ୍ପ୍ରେ ୟୁନିଟ ମହଜୁଦ ।

ସେଇଭଳି ବଡଦାଣ୍ଡରେ କୌଣସି ଚାର୍ଜ ଲିକ୍ ନହେବା ପାଇଁ ଟିପିସିଓଡିଏଲ ତରଫରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ହସ୍ପିଟାଲ , ରଥ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଆଡ଼ିସନାଲ ଲୋଡ୍ ଯୋଗାଇବାକୁ ଟିପିସିଓଡିଏଲ ପ୍ରସ୍ତୁତି କରାଯାଇଛି । ସେହିଭଳି ବିଭିନ୍ନ ବ୍ଲକରୁ ସ୍ବତନ୍ତ୍ର ବସର ବ୍ୟବସ୍ଥା କରାଯାଇଛି । ଆରଟିଓ ପକ୍ଷରୁ ୭ଟି ଇଣ୍ଟର୍ସେପ୍ଟର ମହଜୁଦ ରଖାଯାଇଛି । ୧୮ ଟି ପାର୍କିଂ ପ୍ଲେସକୁ ଚିହ୍ନଟ କରାଯାଇଛି। ରେଳ ବିଭାଗ ପକ୍ଷରୁ ୩୧୫ ସ୍ବତନ୍ତ୍ର ଟ୍ରେନ, ୩୫ଟି ଟିକେଟ କାଉଣ୍ଟର ଓ ୫ଟି ସୂଚନା କାଉଣ୍ଟର ବ୍ୟବସ୍ଥା କରାଯାଇଛି । ଚଳିତ ଥର ଅତ୍ୟାଧୁନିକ ଡ୍ରୋନ୍ ମାଧ୍ୟମରେ ଭିଡ ନିୟନ୍ତ୍ରଣ ଉପରେ ନଜର ରହିବ ।

ଇଣ୍ଟିଗ୍ରେଟେଡ୍ କଣ୍ଟ୍ରୋଲ ରୁମର ଫଙ୍କସନ ରହିବ । ଆଇଆଣ୍ଡପିଆର୍ ତରଫରୁ ୧୩ ଟି ସୂଚନା କେନ୍ଦ୍ର ବ୍ୟବସ୍ଥା କରାଯାଇଛି । ଟୁରିଯିମ୍ ବିଭାଗ ପକ୍ଷରୁ ୬ଟି ସୂଚନା କେନ୍ଦ୍ର ମଧ୍ୟ ଉପଲବ୍ଧ ରହିବ । ଯେହେତୁ ବେଳାଭୂମିରେ ମଧ୍ୟ ଭିଡ ପରିଲକ୍ଷିତ ହୋଇପାରେ ତେଣୁ ୪୦୦ ଅତିରିକ୍ତ ଲାଇଫ ଗାର୍ଡ ମହଜୁଦ ରହିବେ । ସେହିଭଳି ଫାୟର ସେଫ୍ଟି ପାଇଁ ଜଳ ସିଞ୍ଚନ ବ୍ୟବସ୍ଥା କରାଯିବ |

ସମ୍ବନ୍ଧିତ ଖବର