ଅମ୍ବାଭୋନା: ଅମ୍ବାଭୋନା ବ୍ଲକ ବରଗଡ଼ଜିଲ୍ଲା ଅନ୍ତର୍ଗତ ବାର ପାହାଡ କୃଷକ  ସଂଗଠନର ସଭାପତି ଇଶାନ ଚନ୍ଦ୍ର ଭୋଇ ଓ ସମ୍ପାଦକ ଅଭିମନ୍ୟୁ ପ୍ରଧାନଙ୍କୁ ବୁଧବାର-ଗୁରୁବାର ରାତ୍ରି ୨ ଟା ସମୟରୁ ଅମ୍ୱଭାନା ଥାନାରେ ଅଟକ ରଖାଯାଇଛି।

Advertisment

ସୂଚନାରୁ ପ୍ରକାଶ ଯେ, ସଂଯୁକ୍ତ କୃଷକ ସଂଗଠନ  ବରଗଡ଼ ଉପଦେଷ୍ଟା ରମେଶ ମହାପାତ୍ରଙ୍କ ଆହ୍ବାନ କ୍ରମେ ସମସ୍ତ ଚାଷୀଙ୍କ ଖରିଫ  ପଞ୍ଜିକରଣରେ ରହିଥିବା ଜଟିଳ ସମସ୍ୟାକୁ ସରକାର ସରଳୀକରଣ ବା ନିଜସ୍ଵ ଘୋଷଣାନାମା ସହ ରେଜିଷ୍ଟ୍ରେସନ ସମୟକୁ ବୃଦ୍ଧି କରିବା ପାଇଁ ବରଗଡ କଳାପାଣି ଛକରେ ଜିଲ୍ଲାର ସମସ୍ତ ଚାଷୀ ସଂଗଠନକୁ  ରାସ୍ତା ରୋକରେ ଯୋଗ ଦେବାକୁ ଡାକରା ଦେଇଥିଲେ।

ତେବେ ରାସ୍ତା ରୋକକୁ ଭଣ୍ଡୁର କରିବା ପାଇଁ ସରକାର ରାତି ଅଧିଆ ବାରପାହାଡ କୃଷକ ସଂଗଠନର ସଭାପତି ଓ ସମ୍ପାଦକଙ୍କୁ ଉଠାଇ ଆଣି ଅମ୍ବାଭୋନା ଥାନା ପରିସରରେ ଅଟକ ରଖିଥିବା ଉଭୟେ ସୂଚନା ଦେଇଛନ୍ତି।

 Bargarh