କରୋନା ପାଇଁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ପ୍ଲାନେଟୋରିିୟମ୍

ଭୁବନେଶ୍ବର: ଦେଶରେ ଦ୍ରୁତଗତିରେ ବ୍ୟାପୁ ଥିବା କରୋନାଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ଆଜି ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ, ସିନେମାହଲ୍, ସୁଇମିଂପୁଲ୍ ଓ ଜନସମାଗମସ୍ଥଳୀ ବନ୍ଦ କରାଯାଇଛି। ଏହି କ୍ରମରେ ମାର୍ଚ୍ଚ ୩୧ପର୍ଯ୍ୟନ୍ତ ଭୁବନେଶ୍ବରର ପଠାଣୀ ସାମନ୍ତ ପ୍ଲାନେଟୋରିୟମ୍, ବୁର୍ଲାର ଡକ୍ଟର ଏପିଜେ ଅବଦୁଲ କଲାମ ପ୍ଲାନେଟୋରିୟମ୍ ଓ ଖଣ୍ଡପଡ଼ାର ପଠାଣୀ ସାମନ୍ତ ମ୍ୟୁଜିୟମକୁ ବନ୍ଦ ରଖିବା ପାଇଁ ରାଜ୍ୟ ସରକାର ଘୋଷଣା  କରିଛନ୍ତି। କରୋନା ସଂକ୍ରମଣକୁ ଆଖି ଆଗରେ ରଖି ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଏଠାରେ କୌଣସି ସୋ’ ଚାଲିବ ନାହିଁ।

ଦେଶରେ ଦ୍ରୁତଗତିରେ ବ୍ୟାପୁ ଥିବା କରୋନାଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ଯୁଦ୍ଧକାଳୀନଭିତ୍ତିରେ ସମଗ୍ର ଦେଶ ତତ୍ପର ହୋଇ ଉଠିଛି । ରାଜ୍ୟମାନେ ପ୍ରତିଷେଧମୂଳକ ବ୍ୟବସ୍ଥା ଭାବେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି।  ଦିଲ୍ଲୀ ପରେ ଏବେ ଓଡ଼ିଶା ସମେତ ୮ଟି ରାଜ୍ୟ କରୋନା ସଂକ୍ରମଣକୁ ରୋକିବାକୁ ଜନଗହଳି ହେଉଥିବା ସ୍ଥାନ ଓ ପ୍ରତିଷ୍ଠାନକୁ ବନ୍ଦ କରିଛନ୍ତି। ଉତ୍ତରପ୍ରଦେଶ, ବିହାର, କର୍ଣ୍ଣାଟକ, ମହାରାଷ୍ଟ୍ର, ହରିୟାଣା, ମଧ୍ୟପ୍ରଦେଶ ଓ ଜମ୍ମୁକଶ୍ମୀର ଆଦି ରାଜ୍ୟରେ ଶିକ୍ଷାନୁଷ୍ଠାନ, ସିନେମାହଲ୍, ସପିଂମଲ୍ ଓ ଅନ୍ୟ ଜନସମାଗମସ୍ଥଳୀକୁ ବନ୍ଦ କରାଯାଇଛି।

ସମ୍ବନ୍ଧିତ ଖବର