ନୂଆପଡ଼ା: ବିଶାଖାପାଟଣାରୁ ଦୁର୍ଗ ଅଭିମୁଖେ ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ରବିବାର ରାତିରେ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି। ସୂଚନା ଅନୁସାରେ, ରବିବାର ରାତି ୧୦ଟା ସମୟରେ ଉକ୍ତ ଟ୍ରେନ୍ ନୂଆପଡ଼ା ରେଳ ଷ୍ଟେସନ ଫାଟକ ନିକଟରେ ପହଞ୍ଚିଥିଲା। ଫାଟକଠାରୁ ପ୍ରାୟ ୨ଶହ ମିଟର ଦୂରରେ ରେଳଧାରଣା ଉପରେ ଦୁର୍ବୃତ୍ତମାନେ ପଥର ରଖିଥିବା ଲୋକୋ ପାଇଲଟ ଜାଣି ପାରି ଷ୍ଟେସନ୍ ମାଷ୍ଟରଙ୍କୁ ଜଣାଇଥିଲେ। ଖବର ପାଇ ନୂଆପଡ଼ା ଏସ୍ପି ଜି.ଆର୍. ରାଘବେନ୍ଦ୍ର, ରେଳ ବିଭାଗ କର୍ମଚାରୀ ଓ ଆରପିଏଫ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ରେଳଧାରଣାରୁ ପଥର ହଟାଇବା ପରେ ଏକ ଘଣ୍ଟା ବିଳମ୍ବରେ ଟ୍ରେନ୍ଟି ଦୁର୍ଗ ଅଭିମୁଖେ ଯାତ୍ରା କରିଥିଲା। ପୁଲିସ ପଥର ରଖିଥିବା ବ୍ୟକ୍ତିମାନଙ୍କୁ ଖୋଜିବା ଆରମ୍ଭ କରିଥିବା ଏସ୍ପି ସୂଚନା ଦେଇଛନ୍ତି।
ଦୁର୍ଘଟଣାରୁ ବର୍ତ୍ତିଲା ବନ୍ଦେ ଭାରତ: ରେଳଧାରଣାରେ ପଥର ରଖିଲେ ଦୁର୍ବୃତ୍ତ
ବିଶାଖାପାଟଣାରୁ ଦୁର୍ଗ ଅଭିମୁଖେ ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ରବିବାର ରାତିରେ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି। ସୂଚନା ଅନୁସାରେ, ରବିବାର ରାତି ୧୦ଟା ସମୟରେ ଉକ୍ତ ଟ୍ରେନ୍ ନୂଆପଡ଼ା ରେଳ ଷ୍ଟେସନ ଫାଟକ ନିକଟରେ ପହଞ୍ଚିଥିଲା।
/sambad/media/media_files/2024/11/11/0mr1GomgGG9tWntnKQHI.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)