ବିପର୍ଯ୍ୟୟ ପଛର ଷଡ଼ଯନ୍ତ୍ର: ଅଫିସର ବଦଳିଲେ, ‌ଫାଇଲ ଅଟକିଗଲା

ଭୁବନେଶ୍ବର: ବାତ୍ୟା ‘ଫନି’ ମାଡ଼ରେ ପୁରୀ, େଖାର୍ଧା ଓ ଭୁବନେଶ୍ବରରେ ପାଖାପାଖି ୧ଲକ୍ଷ ୫୬ ହଜାର ବିଦ୍ୟୁତ ଖୁଣ୍ଟ ଭାଙ୍ଗିପଡିଛି। ୩୩ କେଭି, ୧୧ କେଭି ଲାଇନକୁ ହିସାବ କଲେ ଏହି ସଂଖ୍ୟା ଆହୁରି ବଢିବ। ଏଥିମଧ୍ୟରୁ ଭୁବନେଶ୍ବରରେ ପ୍ରାୟ ୪୦ ହଜାର ବିଦ୍ୟୁତ ଖୁଣ୍ଟ ଭାଙ୍ଗିଛି। େଖାଦ୍ ରାଜ୍ୟ ସରକାର ଏହି ତଥ୍ୟ େଦଇଛନ୍ତି। ଏହି କାରଣରୁ ବାତ୍ୟାର ୪ ଦିନ ପରେ ବି ରାଜଧାନୀ ଭୁବନେଶ୍ବରର ୯୦ ପ୍ରତିଶତ ଅଞ୍ଚଳ, ପୁରୀ ଆଦି ଅନ୍ଧାରରେ ରହିଛି। େଲାକେ ନାହିଁ ନଥିବା ଦୁର୍ଦଶା ଭିତରେ ଗତି କରୁଛନ୍ତି।

ଏପଟେ ଭୁବନେଶ୍ବର, େଖାର୍ଧା, ପୁରୀରେ ରେଳ ସେବା ମଧ୍ୟ ରହିଛି, ଯେଉଁବାଟେ େଟ୍ରନ ଚଳାଚଳ ବି ବିଦ୍ୟୁତ େଯାଗେ କରାଯାଉଛି। ପୁରୀକୁ ଛାଡିଦେଲେ ଭୁବନେଶ୍ବର ଓ େଖାର୍ଧାକୁ େଟ୍ରନ୍ ଚଳାଚଳ ସ୍ବାଭାବିକ େହାଇସାରିଲାଣି। କୌତୂହଳ କଥା ହେଲା, ରାଜରାସ୍ତାରେ ହଜାର ହଜାର ବିଦ୍ୟୁତ ଖୁଣ୍ଟ ଭାଙ୍ଗିପଡିଲା। ‌ତେବେ ପ୍ରଶ୍ନ ଉଠୁଛି ‌େରଳ ଧାରଣା କଡରେ େପାତା ଯାଇଥିବା ବିଦ୍ୟୁତ ଖୁଣ୍ଟ ପ୍ରଭାବିତ ହେଲାନି କାହିଁକି? ଗତ ୪ଟି ବାତ୍ୟାରେ ରାଜ୍ୟରେ ଲକ୍ଷ ଲକ୍ଷ ବିଦ୍ୟୁତ ଖୁଣ୍ଟ ଭାଙ୍ଗିଥିବା ବେଳେ ସରକାର ଏଥିରୁ କି ଶିକ୍ଷା ଲାଭ କରୁଛନ୍ତି? ବାତ୍ୟା ପ୍ରତିରୋଧ ପାଇଁ ଶକ୍ତି ବିଭାଗ େଠାସ୍ କି ପଦକ୍ଷେପ େନଇଥିଲା? ଏଭଳି ମାଳ ମାଳ ପ୍ରଶ୍ନ ଏବେ ଓଡ଼ିଶାବାସୀଙ୍କୁ ଆନ୍ଦୋଳିତ କଲାଣିି। ୨୦୧୩ ମସିହାରେ ଓଡ଼ିଶା ଫାଇଲିନ୍ ସାମ୍ନା କରିଥିଲା। ୨୦୧୪ ମସିହାରେ ହୁଡ୍‌ହୁଡ୍, ୨୦୧୮ ମସିହାରେ ତିତଲି ଓ ୨୦୧୯ ମସିହାରେ ଫନି। ଏହି ଚାରିଟି ଯାକ ବାତ୍ୟାରେ େଗାଟିଏ କଥା ଦେଖାଯାଇଛି େଯ ବିଦ୍ୟୁତ ସେବା େକ୍ଷତ୍ରରେ ଏହାର ବଡ଼ ପ୍ରଭାବ ପଡିଛି। ଏବେ ଫନି ଲାଗି ଉପକୂଳ ଓଡ଼ିଶାର ଅର୍ଧାଧିକ ଅଞ୍ଚଳର େଲାକ ଅନ୍ଧାରରେ ଅଛନ୍ତି। ସେତେବେଳେ ବି ଦକ୍ଷିଣ ଓଡ଼ିଶାର ଅନେକ ଜିଲ୍ଲାକୁ ଢେର୍ ଦିନ ପାଇଁ ବିନା ବିଜୁଳିରେ ଜୀବନ ବିତାଇବାକୁ ପଡିଛି। ଲକ୍ଷ ଲକ୍ଷ ବିଦ୍ୟୁତ ଖୁଣ୍ଟ ଭାଙ୍ଗିଥିଲା, ଟ୍ରାନସଫର୍ମର ବି କ୍ଷତିଗ୍ରସ୍ତ ହେଲା। ହେଲେ ଫନି କିନ୍ତୁ ସୂଚାଇ ଦେଇଛି, ପୂର୍ବ ଅଭିଜ୍ଞତାରୁ ଶକ୍ତି ବିଭାଗ େଯମିତି କିଛି ଶିକ୍ଷା ଲାଭ କରିନାହିଁ।

ଫାଇଲିନ୍ ପରେ ନୂଆ େଯାଜନା େହାଇଥିଲା, ପାଣ୍ଠି ବ୍ୟବସ୍ଥା ବି
ଗତ ତିନି ବାତ୍ୟାରୁ ସରକାର କିଛି ଶିଖିଲେନି, ରେଳବାଇ ଖୁଣ୍ଟ ରହିଛି, ଶକ୍ତି ବିଭାଗର ଭାଙ୍ଗିଗଲା

ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞାପନ ବିଭାଗର ଅସହାୟତାକୁ ପଦାକୁ ଟାଣି ଆଣିଲାଣି। ବିଦ୍ୟୁତ୍ ଭିତ୍ତିଭୂମିର ପୁନରୁଦ୍ଧାର ପାଇଁ ସରକାରଙ୍କ ପକ୍ଷରୁ ଓଡ଼ିଶାର ସମସ୍ତ ଲାଇସେନ୍ସପ୍ରାପ୍ତ ଏଚଟି ବିଦ୍ୟୁତ୍ କଣ୍ଟ୍ରାକ୍ଟର ମାନଙ୍କୁ ନୋଟିସ୍ କରାଯାଇଛି। ଆସନ୍ତା ୧୦ ତାରିଖ ସକାଳ ୧୦ଟା ସୁଦ୍ଧା ପ୍ରମୁଖ ବିଦ୍ୟୁତ୍ ଯନ୍ତ୍ରୀ, ଭୁବନେଶ୍ୱରଙ୍କ ନିକଟରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ କୁହାଯାଇଛି, ସେମାନେ ତାଙ୍କ ଅଧୀନସ୍ତ ସମସ୍ତ କୁଶଳୀ, ଅର୍ଦ୍ଧକୁଶଳୀ, ଅଣକୁଶଳୀ ଶ୍ରମିକ ତଥା ସୁପରଭାଇଜର ଏବଂ ଯନ୍ତ୍ରପାତି ସହିତ ପୁନରୁଦ୍ଧାର କାର୍ଯ୍ୟରେ ଆସି ସାମିଲ ହୁଅନ୍ତୁ। ରିପୋର୍ଟ କରିବାରେ ବିଫଳ ହେଲେ ସେମାନଙ୍କ ଲାଇସେନ୍ସ ଇଏଲବିଓ ନିୟମର ଧାରା ଅନୁସାରେ ରଦ୍ଦ ହୋଇଗଲା ବୋଲି ବିବେଚନା କରାଯିବ। ହେଲେ ଆଜି ଦେଖାଯାଇଥିଲା, ବିଦ୍ୟୁତ େକ୍ଷତ୍ରରେ କାମ କରିବା ଲାଗି ଆସିଥିବା ଅନ୍ୟ ରାଜ୍ୟର େଲାକେ ବସିଛନ୍ତି, ସେ କେଉଁଠି କାମ କରିବେ, ତାଙ୍କୁ କିଛି ନିେର୍ଦଶ ନାହିଁ।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ଫାଇଲିନ୍ ପରେ ପରେ ବାତ୍ୟା ମୁକାବିଲା ପାଇଁ େଯାଜନା କରିଥିଲେ। ବିପର୍ଯ୍ୟୟ ପ୍ରତିରୋଧକ ବିଦ୍ୟୁତ ବ୍ୟବସ୍ଥା (ଡିଆରପିଏସ୍) ନାମକ ଏହି କାର୍ଯ୍ୟକ୍ରମରେ ଏଚ୍ େପାଲ୍ ଲଗାଇବା ପାଇଁ ସ୍ଥିର େହାଇଥିଲା। ରେଳବାଇ ଏହି େପାଲ୍ ଲଗାଇଛି। ଏହାଦ୍ବାରା ଖୁଣ୍ଟର ବେଶି କ୍ଷତି ହେବନାହିଁ। କେବଳ ସେତିକି ନୁେହଁ, ରାଜଧାନୀରେ ଅଣ୍ଡର ଗ୍ରାଉଣ୍ଟ କେବଲିଂ କଥା ବି କୁହାଯାଇଥିଲା। ତତ୍କାଳୀନ ଶକ୍ତି ସଚିବ ପ୍ରଦୀପ କୁମାର ଜେନା ଗଣମାଧ୍ୟମକୁ ସେତେବେଳେ କହିଥିଲେ, ଉଭୟ େଯାଜନା ଫଳରେ ବାତ୍ୟାଞ୍ଚଳରେ ଆଉ ଖୁଣ୍ଟ ଉପୁଡିବା ସମସ୍ୟା ରହିବ ନାହିଁ। ଭୁବନେଶ୍ବରରେ ୨୪ ଘଣ୍ଟିଆ ବିଦ୍ୟୁତ ସେବା େଯାଗାଣ ସମ୍ଭବ େହବ। ଏଥିପାଇଁ ବଜେଟ୍ ବ୍ୟବସ୍ଥା ବି େହାଇଥିଲା।

ସରକାର ବଦଳିଲେ, ଅନ୍ୟ େଗାଟିଏ ସରକାର ପୂର୍ବ ସରକାରଙ୍କ େଯାଜନା ବଦଳାଇବା ଦେବାର ନଜିର ରହିଛି। ହେଲେ ଓଡ଼ିଶା ସରକାରରେ ବିଭାଗର ବାବୁ ବଦଳିଗଲେ, ନୂଆ ସଚିବ ନୂଆ ଢଙ୍ଗରେ କାମ କରନ୍ତି। ସବୁକିଛି ପୁଣି ନୂଆ ବାବୁଙ୍କ ଇସାରାରେ ଆଉଥରେ ଆରମ୍ଭ ହୁଏ େବାଲି େଯଉଁ ବଡ଼ ଅଭିଯୋଗ ରହିଥାଏ, ଏହାକୁ ତାହାର ଏକ ବଡ଼ ଉଦାହରଣ ଭାବେ ନିଆଯାଇପାରେ। ଶ୍ରୀ ଜେନା ବଦଳିବା ପରେ ରାଜ୍ୟ ସରକାର ଏହି େଯାଜନାକୁ ଆଗକୁ ନେଲେ ନାହିଁ। ପରିଣାମ ହେଲା, ଏବେ ଫନି ଦ୍ବାରା େଯତିକି ବିଦ୍ୟୁତ ଖୁଣ୍ଟ ନଷ୍ଟ େହାଇଛି, ତାର କ୍ଷତି ପରିମାଣ ପ୍ରାୟ ୯୦୦ େକାଟି ଟଙ୍କା େହବ। ଟଙ୍କା ତ ପାଣିେର ପଡିଲା, େଲାକଙ୍କ ପକେଟ୍ ଉପରେ ମଧ୍ୟ ଚାପ ପଡିବ। ରାଜଧାନୀ ଅନ୍ଧାରରେ ରହିଲା ଓ େଲାକେ ଅକଥନୀୟ ଯନ୍ତ୍ରଣା େଭାଗୁଛନ୍ତି। ଏଚ୍ େପାଲ ଲଗାଯିବା େଯାଜନା ଭାଷଣରେ ରହିଗଲା, ଅଣ୍ଡର ଗ୍ରାଉଣ୍ଡିଂ କେବଲିଂ କାମ ମଧ୍ୟ ଗତ ପାଞ୍ଚ ବର୍ଷରେ େଶଷ େହାଇପାରିଲା ନାହିଁ। ଆହୁରି ଏକ ସାଂଘାତିକ କଥା େହଲା, ଫାଇଲିନ୍ ପରେ ଖୁଣ୍ଟ, ଟ୍ରାନସଫର୍ମର ଆଦିର ଅଭାବକୁ ଲକ୍ଷ୍ୟ ରଖି ଓପିଟିସିଏଲରେ ଏକ କର୍ପସ ଫଣ୍ଡ ବ୍ୟବସ୍ଥା ସେତେବେଳେ େହାଇଥିଲା। ସେଥିରେ ପ୍ରାରମ୍ଭିକ ପର୍ଯ୍ୟାୟରେ ୧୦ େକାଟିର ବ୍ୟବସ୍ଥା େହାଇଥିଲା। ଉଦ୍ଦେଶ୍ୟ ଥିଲା, ଏଠାରେ େପାଲ୍ ଓ ଟ୍ରାନସଫର୍ମର ଷ୍ଟକ ରହିବ। େଯତେବେଳେ କୌଣସି ବିପର୍ଯ୍ୟୟ ସାମ୍ନା କରିବ, ତତ୍କାଳ ଏଥିରୁ େଯାଗାଇ ଦିଆଯିବ। ଏବେ ଫନି ବାତ୍ୟା ପରେ ରାଜ୍ୟ ସରକାରଙ୍କ ଏସବୁ କାର୍ଯ୍ୟକ୍ରମ କୁଆଡେ ଗଲା, େସ େନଇ ପ୍ରଶ୍ନ ଉଠିଲାଣି। ଅଫିସର ମାନଙ୍କର ମନମାନି କାରଣରୁ ଆଜି ଓଡ଼ିଶା ପାଇଁ ଫନିର ବିପର୍ଯ୍ୟୟ ବଢିଯାଇଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା େହଲାଣି।

ସମ୍ବନ୍ଧିତ ଖବର